www.samajalive.in
Tuesday, December 9, 2025
16.1 C
Bhubaneswar

ଶତାଧିକ କର୍ମୀଙ୍କୁ ନେଇ ବାରବୁଲି ଠାରେ ବିଜେଡ଼ିର ସମାବେଶ

ଲାଞ୍ଜିଗଡ଼ :କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତ ବାରବୁଲି ଠାରେ ବନ୍ଧପାରି ପଞ୍ଚାୟତର ଶତାଧିକ ବିଜେଡ଼ି କର୍ମୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଲାଞ୍ଜିଗଡ଼ ବ୍ଳକ ବିଜେଡି ସଭାପତି ହିମାଦ୍ରୀ ପେଶନିଆଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକ ଲୋକାଭିମୁଖୀ କାର୍ଯ୍ୟକଳାପକୁ ପ୍ରଚାର ଓ ପ୍ରସାର କରାଯାଇଥିଲା। ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନିତୀ ଆଦର୍ଶରେ ଅଞ୍ଚଳରେ ହୋଇଥିବା ବିକାଶକୁ ନେଇ ଅଞ୍ଚଳରେ ପ୍ରଶଂସା କରାଯାଇଥିଲା।
ଏହି ୨୦୨୪ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ପୁଣି ଥରେ ବିଧାୟକ ପ୍ରାର୍ଥୀ ପାଇଁ ପ୍ରଦୀପ ଦିଶାରୀଙ୍କ ନାମ ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଜେଡି କିଭଳି ନିର୍ବାଚନରେ ଏକତରଫା ବିଜୟ ଲାଭ କରିବ ସେନେଇ କର୍ମୀମାନଙ୍କ ସହିତ ଏହି ବୈଠକରେ ଆଲୋଚନା ହୋଇଥିଲା।
ଆଜିର ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେ଼ଇ,ଲାଞ୍ଜିଗଡ଼ ବ୍ଳକ ବିଜେଡ଼ି ଯୁବ କାର୍ଯ୍ୟକାରିଣୀ ସଭାପତି ବନମାଳୀ ମାଝୀ, ଜିଲା ବିଜେଡି ସମ୍ପାଦକ ଜଗଦୀଶ ବେନିଆଁ, ଜିଲା ବିଜେଡି ସାଧାରଣ ସମ୍ପାଦକ ପାତ୍ର ମାଝୀ, ବନ୍ଧପାରି ସରପଞ୍ଚ ଜଗବନ୍ଧୁ ମାଝୀ, ଲାଞ୍ଜିଗଡ଼ ଜୋନ୍-୧ ବିଜେଡ଼ି ସଭାପତି ଚନ୍ଦ୍ର ଶେଖର ମହାପାତ୍ର,ଜୋନ୍-୧ ଜିଲା ପରିଷଦ ପ୍ରତିନିଧି ବନମାଳୀ ମାଝୀ,  ଲାଞ୍ଜିଗଡ଼ ପଞ୍ଚାୟତ ବିଜେଡ଼ି ସଭାପତି ଜୟନ୍ତ ମହାଖୁଡ, ବିଶ୍ୱନାଥପୁର ସମିତି ସଭ୍ୟ ଅଜିତ ପ୍ରଧାନୀ, ଲାଞ୍ଜିଗଡ଼ ବ୍ଳକ ମିଡ଼ିଆ ସେଲ ସଭାପତି ଏମ୍. ଚନ୍ଦ୍ର ଶେଖର, ବନ୍ଧପାରି ପଞ୍ଚାୟତ ବିଜେଡ଼ି ସଭାପତି ନାରାୟଣ ଦଳପତି, ବନ୍ଧପାରି ସମିତି ସଭ୍ୟା ପ୍ରତିନିଧି ଉଗ୍ରେସନ ବାଗ,ଲାଞ୍ଜି ପୂର୍ବତନ ସରପଞ୍ଚ ବିଷ୍ଣୁଚରଣ ଭୋଇ, ବିଜେଡ଼ି ସକ୍ରିୟକର୍ମୀ ସତ୍ୟ ନାରାୟଣ ନାୟକ,ଗୌର ଚନ୍ଦ୍ର ଦଳପତି, ଭାସ୍କର ମାଝୀ, ପ୍ରଫୁଲ୍ଲ ଦଳପତି, ବିରଞ୍ଚି ହରିଜନ, ପଙ୍କଜ ଭୋଇ, ଅରକ୍ଷିତ ସୁନା ସମେତ ବନ୍ଧପାରି ପଞ୍ଚାୟତ ଅଧୀନରେ ଥିବା ବିଭିନ୍ନ ଗ୍ରାମର ଶତାଧିକ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories