ସମାଜ ଡିଜିଟାଲ ଡେସ୍କ: କୌତୁକିଆ ଜୀବଜନ୍ତୁଙ୍କ ମଧ୍ୟରୁ ବିରାଡ଼ିମାନେ ଅନ୍ୟତମ। ମଜାଳିଆ ଢଙ୍ଗରେ ଖେଳକୁଦ କରି ବିରାଡ଼ିମାନେ ମନୋରଞ୍ଜନ କରିଥାନ୍ତି। ସେଥିପାଇଁ ଅନେକ ଲୋକ ଘରେ ବିରାଡ଼ି ପାଳିଥାନ୍ତି। ସାମାଜିକ ଗଣମାଧ୍ୟମରେ ଏହାର ଭିଡିଓ ବି ଶେୟାର କରନ୍ତି। ତେବେ ବର୍ତ୍ତମାନ ସମୟରେ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି, ଯାହା ବେଶ୍ କୌତୁହଳପୂର୍ଣ୍ଣ ବି। ଭିଡିଓରେ ଦେଖାଯାଇଛି ଯେ, ରାସ୍ତାରେ ଏକ ବିରାଡ଼ି ଛୁଆ ବୁଲୁଛି। ବାଟରେ ଯାଉଥିବା ଯୁବକ ଛୁଆ ବିରାଡ଼ିକୁ ଉଦ୍ଧାର କରିବା ଲାଗି ନିଜ କାର ଅଟକାଇ ବାହାରକୁ ଆସୁଛନ୍ତି। ବିରାଡ଼ି ଛୁଆଟି ତା’ଙ୍କୁ ଦେଖି ତାଙ୍କ ନିକଟକୁ ଚାଲିଆସୁଛି। ଉକ୍ତ ଯୁବକ ବିରାଡ଼ି ଛୁଆକୁ ହାତରେ ଧରୁଛନ୍ତି। ବାସ ଏତିକି ବେଳେ ଦେଖିବାକୁ ମିଳୁଛି ଏକ ଅଜବ ଦୃଶ୍ୟ। ଯୁବକ ଜଣକ ଯେମିତି ଛୁଆ ବିରାଡ଼ିକୁ ହାତରେ ଧରିଛନ୍ତି, ଠିକ୍ ସେହି ସମୟରେ ରାସ୍ତାପାର୍ଶ୍ବ ଘାସଗାଲିଚାରେ ଲୁଛିଥିବା ୧୦ରୁ ୧୫ ବିରାଡ଼ି ଛୁଆ ବାହାରି ଆସି ଯୁବକଙ୍କ ପାଖରେ ପହଞ୍ଚି ଯାଇଛନ୍ତି। ଯାହାକୁ ଦେଖି ଯୁବକ ଜଣକ ଅଡୁଆରେ ପଡ଼ିଯାଇଛନ୍ତି। ଗୋଟିଏ ବିରାଡ଼ିକୁ ଉଦ୍ଧାର କରିବାକୁ ସେ ଗାଡ଼ି ଅଟକାଇଥିବାବେଳେ ଏକାସଙ୍ଗେ ୧୫ ବିରାଡ଼ି ଛୁଆ ଦେଖି ସେ କ’ଣ କରିବେ ତାହା ଚିନ୍ତା କରିପାରୁ ନାହାନ୍ତି। ଶେଷରେ ସେଠାରୁ ସେ ଚାଲିଯିବାକୁ ବାଧ୍ୟ ହୋଇଛନ୍ତି।
Man stops to rescue kitten, gets ambushed by platoon pic.twitter.com/YWIVodEAaf
— Nature is Amazing ☘️ (@AMAZlNGNATURE) October 19, 2024



