www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ଅପଡେଟ: ଚୀନରେ ୮୦୦ ଡେଇଁଲା କରୋନା ମୃତ୍ୟୁ ସଂଖ୍ୟା

ବେଜିଂ : ମହାମାରୀ କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ରବିବାର ୮୦୩ ରେ ପହଞ୍ଚିଛି। ଏଥିସହିତ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୩୪ହଜାର ୫୪୭ ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ ୪ହଜାର ନୂଆ ସଂକ୍ରମଣ ଖବର ମିଳିଛି। ସାରା ବିଶ୍ବରେ ସଂକ୍ରମିତଙ୍କ ସଂଖ୍ୟା ୩୪ହଜାର ୮୦୦ରୁ ଅଧିକ ବୋଲି କୁହାଯାଉଛି। ଜନତାଙ୍କ ମଧ୍ୟରେ ଘନିଷ୍ଠତା କାରଣରୁ ୩ଲକ୍ଷ ୪୫ହଜାର ସଂକ୍ରମଣ ହୋଇଥିବା ସରକାରୀ ଭାବେ କୁହାଯାଉଛି। ଇତିମଧ୍ୟରେ ୨୬,୭୦୨ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଥିବାବେଳେ ୧ଲକ୍ଷ ୮୯ହଜାର ଚିକିତ୍ସାଧୀନ ଥିବା ପ୍ରକାଶ। ଅପରପକ୍ଷରେ ଉହାନ୍ରେ ଜଣେ ୬୦ବର୍ଷୀୟ ଆମେରିକା ନାଗରିକଙ୍କ ମୃତ୍ୟୁ ହୋଇଛି। ଏହାକୁ ଚୀନ୍ରେ ପ୍ରଥମ ବିଦେଶୀ ନାଗରିକଙ୍କ ମୃତ୍ୟୁ ଭାବେ ପରିଗଣିତ କରାଯାଇଛି। ଫ୍ରାନ୍ସରେ ନୂଆ ୫ ସଂକ୍ରମିତ ହେବା ପରେ ଏହି ସଂଖ୍ୟା ଦେଶରେ ୧୧ରେ ପହଞ୍ଚିଛି। ସେହିଭଳି ଥାଇଲାଣ୍ଡରେ ଅଧିକ ୭ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏହି ସଂଖ୍ୟା ୩୨ ଛୁଇଁଛି। ଜଣେ ଜାପାନ ନାଗରିକଙ୍କର ମଧ୍ୟ ଉହାନ୍ରେ ମୃତ୍ୟୁ ହୋଇଥିବା ସେଠାକାର ସରକାର କହିଛନ୍ତି।
ଅନ୍ୟପଟେ କରୋନା ମୁକାବିଲା ପାଇଁ ଚୀନ୍କୁ ସାହାଯ୍ୟ ଯୋଗାଇ ଦେବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ନିବେଦନ କରାଯିବା ପରେ ଆମେରିକା ପକ୍ଷରୁ ଶନିବାର ୧୦୦ନିୟୁତ ଡଲାର ଯୋଗାଇ ଦିଆଯାଇଛି। ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ ଏହି ପରିପ୍ରେକ୍ଷୀରେ ବିଶ୍ବ ସମୁଦାୟକୁ ସହଯୋଗର ହାତ ବଢ଼ାଇବା ପାଇଁ ନିବେଦନ କରିଛନ୍ତି। ଅର୍ଥ ବ୍ୟତୀତ ଆବଶ୍ୟକ ଅନ୍ୟାନ୍ୟ ଉପାୟରେ ଆମେରିକା ସମସ୍ତ ସହଯୋଗ କରିବ ବୋଲି ପମ୍ପିଓ ଭରସା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ପ୍ରତିପକ୍ଷ ସି ଜିନ୍ପିଙ୍ଗ୍ଙ୍କ ସହ କଥା ହୋଇ ମୁକାବିଲା ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଚୀନ୍ରେ ସମ୍ପ୍ରତି ପ୍ରତିିଷେଧକ ବ୍ୟବସ୍ଥା ସ୍ବରୂପ ବ୍ୟବହୃତ ମୁଖା ବା ମାସ୍କ, ଗ୍ଲୋବ୍ସ ଇତ୍ୟାଦିର ଘୋର ଅଭାବ ପରିଲକ୍ଷିତ ହେଉଛି। ମୁଖା ଚାହିଦା ୧୦୦ଗୁଣ ବୃଦ୍ଧିପାଇଛି। ଏଭଳି ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ ବନ୍ଦ ହୋଇଯାଇଥିବାରୁ ସମସ୍ୟା ଜଟିଳ ହୋଇଛି। ଦେଶର ଅର୍ଥନୈତିକ ରାଜଧାନୀ ସାଙ୍ଘାଇସ୍ଥିତ ଏକ କମ୍ପାନୀ ସ୍ବତନ୍ତ୍ର ଭାବେ ବୈଦେଶିକ ସହାୟତାକ୍ରମେ ଏହାର ଉତ୍ପାଦନ ଆରମ୍ଭ କରିଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories