www.samajalive.in
Wednesday, December 10, 2025
18.1 C
Bhubaneswar

କାରକୁ ଧକ୍କା ଦେଲା ଟ୍ରକ୍‍, ୭ ଗୁରୁତର

କଲମପୁର : ବରଗଡ଼ ବରିଗୁମା ଜାତୀୟ ରାଜପଥ କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ଠାରେ ଏକ କାର ଓ ଟ୍ରକ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା କାରଣରୁ କାରରେ ଥିବା ୨ ଶିଶୁଙ୍କ ସମେତ ୫ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। କଳାହାଣ୍ଡି ନବରଙ୍ଗପୁର ଜିଲା ସୀମାନ୍ତରେ ଥିବା ଆମପାଣି ଘାଟି ରାସ୍ତାର ଏକ ବୁଲାଣି ନିକଟରେ ରବିବାର କୋଟପାଡ଼ରୁ ଭବାନୀପାଟଣା ଆସୁଥିବା ଏକ କାର (ନଂ ଓଡ଼ି ୧୦ ଜେ ୩୪୭୦) କୁ ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ(ନଂ ଓଆର ୧୫ କ୍ୟୁ ୩୨୩୮) ଧକ୍କା ଦେଇଥିଲା ଫଳରେ କାରରେ ବସିଥିବା ୫ ଜଣ ବୟସ୍କଙ୍କ ସମେତ ଦୁଇ ନାବାଳକ ଗୁରୁତର ହୋଇ ରାସ୍ତା କଡ଼ରେ ଛିଟିକି ପଡ଼ିଥିଲେ। ତାଙ୍କ ମଧ୍ୟରୁ ଦୁର୍ଗା ପ୍ରସାଦ ମଣ୍ଡଳ(୬୦) ଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଥିବା ବେଳେ ଅନ୍ୟମାନେ ସମସ୍ତେ ମଧ୍ୟ ଗୁରୁତର ହୋଇଥିଲେ। ଏହି ରାସ୍ତା ଦେଇ ରାଉଲକେଲା ଯାଉଥିବା ଏକ ଦମ୍ପତ୍ତି ଅତି ଗୁରୁତର ଥିବା ଦୁର୍ଗାପ୍ରସାଦଙ୍କୁ ନିକଟସ୍ଥ କୋକସରା ଡ଼ାକ୍ତରଖାନାରେ ପହଞ୍ଚାଇଥିଲେ, ପରେ ଅନ୍ୟ ଗୁରୁତର ମାନେ ଏକ ଅଟୋରେ ପହଞ୍ଚିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସାପରେ ୧୦୮ ଆମ୍ପୁଲେନ୍ସ ଯୋଗେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଗୁରୁତରମାନେ ହେଲେ ଦୁର୍ଗା ପ୍ରସାଦ ମଣ୍ଡଳ(୬୦) ଡ଼୍ରାଇଭର ଚନ୍ଦନ ନିଆଲ(୩୫) ସ୍ୱର୍ଣ୍ଣଲତା ମଣ୍ଡଳ(୫୫) ପ୍ରିୟଦର୍ଶିନି ମଣ୍ଡଳ(୩୪) ଦେବବ୍ରତ ମଣ୍ଡଳ(୪) ଶ୍ରଧାଞ୍ଜଳି ମଣ୍ଡଳ(୩୫) ଓ ଲାବାଣ୍ୟ ସ୍ୱାଇଁ(୯) ବୋଲି ଜଣାପଡ଼ିଥିବାବେଳେ ଏମାନେ ସମସ୍ତେ କୋଟପାଡ଼ରୁ ନିଜ ସଂମ୍ପର୍କିୟ ଘରକୁ ଭବାନୀପାଟଣା ଯାଉଥିବା ସୁଚନା ମିଳିଛି। ଅନ୍ୟପଟେ ଆମପାଣି ପୁଲିସ ବିଲମ୍ବରେ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ୨ ଗାଡ଼ିକୁ ଜବତ କରିବା ସହ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛନ୍ତି। ଟ୍ରକ୍‍ ଡ଼୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories