www.samajalive.in
Monday, December 8, 2025
20.1 C
Bhubaneswar

ପଞ୍ଜାବରେ ମୋଦୀ ଲହରକୁ ଅଟକାଇଲେ କ୍ୟାପଟେନ୍‌

ନୂଆଦିଲ୍ଲୀ: ଉତ୍ତର ଭାରତରେ ଫଳାଫଳ ବଦଳାଇ ଦେଇଥିବା ମୋଦୀ ଲହରକୁ ପଞ୍ଜାବରେ ଶକ୍ତ ଧକ୍କା ଲାଗିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ନେତୃତ୍ଵ ବିଜେପିକୁ ବିଫଳତାର ସ୍ବାଦ ଚଖାଇଛି। ଏଠାରେ ମୋଟ ୧୩ ଆସନରୁ କଂଗ୍ରେସ ୮ଟିରେ ବିଜୟଲାଭ କରିଥିବାବେଳେ ବିଜେପି ଖାତାକୁ ୨ଟି ଆସନ ଯାଇଛି। ଶିରୋମଣୀ ଅକାଳୀ ଦଳକୁ ୨ଟି ଏବଂ ଆମ ଆଦ୍‌ମୀ ପାର୍ଟିକୁ ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଅମୃତସରରୁ ମୋଦୀ ସରକାରରେ ମନ୍ତ୍ରୀ ଥିବା ହରଦୀପ ସିଂହ ପୁରୀ ପରାଜିତ ହୋଇଛନ୍ତି। ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା ସୁନୀଲ ଜାଖଡ଼ଙ୍କୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଥିବା ସନ୍ନି ଦେଓଲ ହରାଇ ଦେଇଛନ୍ତି।

ତେବେ ଏଠାରେ ବିଜେପି ଏବଂ ଶିରୋମଣି ଅକାଳୀ ଦଳ ସଫଳତା ପାଇବା ଲାଗି ଶେଷ ମୁହୂର୍ତ୍ତରେ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଘେରିଥିଲେ। କିନ୍ତୁ ତାହା ସଫଳ ହୋଇପାରି ନ ଥିଲା। ଆମ ଆଦ୍‌ମୀ ପାର୍ଟି ଏଠାରେ ୪ଟି ଆସନରେ ପ୍ରାର୍ଥୀ ଦେଇଥିଲା। ସେଥିରୁ ଗୋଟିଏ ଆସନରେ ଦଳକୁ ବିଜୟ ମିଳିଛି। ସେହିପରି ହରସିମରତ କୌର ଏବଂ ସୁଖବୀର ସିଂହ ବାଦଲ ବିଜୟୀ ହେବାରେ ସଫଳ ହୋଇଛନ୍ତି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories