www.samajalive.in
Monday, December 8, 2025
20.1 C
Bhubaneswar

ହନୁମାଲ ଗାଁରୁ ୮୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ: କୋରାପୁଟ ଜିଲା ମାଛକୁଣ୍ଡ ପୁଲିସକୁ ମିଳିଛି ଦ୍ୱିତୀୟ ସଫଳତା। ହନୁମାଲ ଗାଁରୁ ଏକ ଗୋଦାମରୁ ପ୍ରାୟ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି। କୋରାପୁଟ ଏସପି ମୁକେଶ ଭାମୋଙ୍କ ନିର୍ଦେଶ କ୍ରମେ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଲମତାପୁଟ, ଜଲାପୁଟ ଓ ମାଛକୁଣ୍ଡ ପୁଲିସକୁ ନେଇ ଏକ ଟିମ ଗଠନ କରିଥିଲେ। କୋରାପୁଟ ଏସପିଙ୍କୁ ମାଛକୁଣ୍ଡ ଥାନା ଅନ୍ତର୍ଗତ କୋରାପୁଟ-ମାଲକାନଗିରି ସୀମାନ୍ତବର୍ତି ହନୁମାଲ ଗାଁରେ ଏକ ଘରେ ଗଞ୍ଜେଇ ରଖାଯାଇଥିବା ନେଇ ଖବର ପାଇଥିଲେ। ପରେ ଏସପିଙ୍କ ନିର୍ଦେଶରେ ଶନିବାର ବିଳମ୍ବିତ ରାତ୍ର ଯାଏ ହନୁମାଲ ଗାଁରେ ପୁଲିସ ସର୍ଚ୍ଚ ଅପରେସନ ଜାରି ରଖିଥିଲେ। ପରେ ରବିବାର ପାହାନ୍ତା ସମୟରେ ଗୋବର୍ଦ୍ଦନ ଦଲାଇଙ୍କ ଘରୁ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲେ। ସମସ୍ତ ଜବତ ଗଞ୍ଜେଇ ମାଛକୁଣ୍ଡ ଥାନାରେ ଆଣି ଓଜନ କରିଥିଲେ ଏବଂ ସେଥିରେ ୫ କ୍ୟୁଣ୍ଟାଲ ୧୨କେଜି ୭୦୦ ଗ୍ରାମ ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲେ। ତେବେ ଏହି ଘଟଣାରେ ପୁଲିସ କାହାରିକୁ ଗିରଫ କରି ନ ଥିବା ଜଣାଯାଇଛି।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଅନ୍ତରାଜ୍ୟରେ ୮୦ ରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ ଟ୍ଟ ଲକ୍ଷ ଟଙ୍କରୁ ଉର୍ଦ୍ଦ ରହିଥିବା ବେଳେ ତାହା ସ୍ଥାନୀୟ ଅଂଚଳରେ ୨୫ ଲକ୍ଷ ବୋଲି ଜଣାଯାଇଛି। ଏହି ଘଣାକୁ ନେଇ ପୁଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories