www.samajalive.in
Tuesday, December 9, 2025
16.1 C
Bhubaneswar

କ୍ୟାମ୍ପ ଡେଭିଡ୍‍ରେ ଟ୍ରମ୍ପଙ୍କ ସହ ରାତ୍ରିଭୋଜନ ଚାହୁଁଥିଲେ ମୋଦୀ

ୱାଶିଂଟନ୍‍ : ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୭ ଜୁନ୍‍ରେ ତାଙ୍କର ଆମେରିକା ଗସ୍ତକାଳରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ମ୍ୟାରିଲାଣ୍ଡର କ୍ୟାମ୍ପ ଡେଭିଡ୍‍ଠାରେ ପ୍ରଥମ ସାକ୍ଷାତ ଆଲୋଚନା ଓ ରାତ୍ରିଭୋଜନ କରିବାକୁ ଚାହିଁଥିଲେ। ‘ମୋଦୀ କ୍ୟାମ୍ପ ଡେଭିଡ୍‍ ଯାଇ ସେଠାରେ ଟ୍ରମ୍ପଙ୍କ ସହିତ ସ୍ୱତନ୍ତ୍ର ରାତ୍ରିଭୋଜନ କରିବାକୁ ଚାହିଁଥିଲେ। ଏଥିପାଇଁ ମୋଦୀଙ୍କର ବିଶେଷ ଇଚ୍ଛା ଥିଲା; କିନ୍ତୁ କାର୍ଯ୍ୟକ୍ରମ ହ୍ୱାଇଟ ହାଉସ୍‍ରେ ସାଧାରଣ ଜଳଖିଆ ଓ କାମଚଳା ଭୋଜନରେ ଶେଷ ହୋଇଥିଲା।’ ଆମେରିକାର ବିଶିଷ୍ଟ ସାମ୍ବାଦିକ ବବ୍‍ ଉଡ୍‍ୱାର୍ଡ ସଦ୍ୟ ପ୍ରକାଶିତ ତାଙ୍କର ଏକ ପୁସ୍ତକ ‘ଫିୟର: ଟ୍ରମ୍ପ ଇନ୍‍ ଦ ହ୍ୱାଇଟ୍‍ ହାଉସ୍‍’ରେ ଏ ବିଷୟ ଉଲ୍ଲେଖ କରିଛନ୍ତି। ମଙ୍ଗଳବାର ଏହି ପୁସ୍ତକ ବଜାରକୁ ଆସିବା ପରେ ଟ୍ରମ୍ପ ଏହାକୁ ଏକ ‘ଫିକ୍ସନ’(କାଳ୍ପନିକ କାହାଣୀ) ବୋଲି ବର୍ଣ୍ଣନା କରିଛନ୍ତି।
ପୁସ୍ତକରେ ବର୍ଣ୍ଣନାନୁଯାୟୀ, ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ପ୍ରିୟପାତ୍ର ପାଲଟିଥିବା ମୋଦୀ ଟ୍ରମ୍ପଙ୍କୁ ଭେଟିବା ପାଇଁ ବ୍ୟଗ୍ର ଥିଲେ। ପାକିସ୍ତାନର ତୀବ୍ର ବିରେଧୀ ଭାବେ ଓ ଆଫଗାନିସ୍ତାନରେ ଆମେରିକାର ସାମରିକ ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ ଥିବାରୁ ଟ୍ରମ୍ପ ପ୍ରଶାସନ ମୋଦୀଙ୍କୁ ଗୁୁରୁତ୍ୱ ଦେଇଥିଲେ; କିନ୍ତୁ ସେମାନଙ୍କ ଭେଟଘାଟ ପାଇଁ କ୍ୟାମ୍ପ ଡେଭିଡ ଆଦୌ ଆଲୋଚନାକୁ ଆସି ନଥିଲା ବୋଲି ତତ୍କାଳୀନ ସେନା ମୁଖ୍ୟଙ୍କ ସୂଚନା ଦେଇଥିଲେ। ଆଲୋଚନା ସମୟରେ ଟ୍ରମ୍ପଙ୍କୁ ଆଫଗାନିସ୍ତାନରୁ ଆମେରିକା କିଛି ପାଉନଥିବା ଦର୍ଶାଇଥିଲେ ମୋଦୀ।
କ୍ୟାମ୍ପ ଡେଭିଡ୍‍ ହେଉଛି ଆମେରିକାର ଏକ ସ୍ୱତନ୍ତ୍ର ସ୍ଥାନ; ଯେଉଁଠି ରାଷ୍ଟ୍ରପତିଙ୍କର ଅତ୍ୟନ୍ତ ଗୁରୁତ୍ୱ ବହନ କରୁଥିବା କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ। ଏହା ୱାଶିଂଟନ୍‍ରୁ ଉତ୍ତର-ପୂର୍ବରେ ୧୦୦କିମି ଦୂରରେ ଅବସ୍ଥିତ। ୨୦୧୭ ଜାନୁଆରୀରେ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନିତ ହେବା ପରେ ଏପ୍ରିଲରେ ଫ୍ଲୋରିଡାସ୍ଥିତ ମାର-ଏ-ଲୋଗୋ ରିସର୍ଟରେ ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗ୍‍ ଓ ଫେବୃଆରୀରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories