www.samajalive.in
Saturday, December 6, 2025
26.1 C
Bhubaneswar

ନିଷ୍ଟ ବିଶ୍ୱବିଦ୍ୟାଳୟ ପରିଦର୍ଶନ କଲେ କାଲିଫର୍ନିଆର ଗବେଷଣା ବିଶେଷଜ୍ଞ

ଗୋପାଳପୁର: କାଲିଫର୍ନିଆର ଗବେଷଣା ବିଶେଷଜ୍ଞ ତଥା ଅନ୍ତର୍ଜାତୀୟ ଗଣିତ ଅଲିମ୍ପିଆଡରେ ଭାରତକୁ ପ୍ରତିନିଧିତ୍ଵ କରି ରୌପ୍ୟ ପଦକ ବିଜେତା ଡ. ସ୍ଵରୂପ ମିଶ୍ର ନିଷ୍ଟ ବିଶ୍ଵବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ  ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକାମାନଙ୍କ ସହିତ ଭାବ ବିନିମୟ କରିଥିଲେ। ସେ ଇନଷ୍ଟ୍ରକସନ୍ ଟ୍ୟୁନିଂ, ପ୍ରମ୍ପ୍ଟ ଇଞ୍ଜିନିୟରିଂ ଓ ସେଲ୍ଫ ଇମ୍ପ୍ରୁଭିଂ ଲାର୍ଜ ଲାଙ୍ଗୁଏଜ୍ ମଡେଲ୍ ଉପରେ ଗବେଷଣା କରୁଛନ୍ତି। ଅନୁଷ୍ଠାନର ଭାରପ୍ରାପ୍ତ କୁଳପତି ଡ଼. ପି. ରାଜେଶ କୁମାର, ଭାରପ୍ରାପ୍ତ କୁଳସଚିବ ଡ଼. ବିଷ୍ଣୁଙ୍କର ନାୟକ, ଡ଼. ଦୁର୍ଯ୍ୟଧନ ସାହୁ, ଡ଼. ରତିକାନ୍ତ ନାୟକ, ଡ଼. ଅମିତ ପଟ୍ଟନାୟକ, ଡ଼. ପୋନୂପ ପାତ୍ର, ଡ଼. ମାନସ ରଞ୍ଜନ ପାତ୍ର, ଡ଼. ମଞ୍ଜୁଶ୍ରୀ ନାୟକ, ଡ଼. ଏମ ରାଜେନ୍ଦ୍ର କୁମାର, ଡ଼. ସୁବ୍ରତ କୁମାର ଭୂୟାଁ, ଡ଼. ପ୍ରୀତି ରଞ୍ଜନ ସାହୁ, ଚାରୁଲତା ପଳାଇ, ଶ୍ରୀ କୁମାର, ପିତାମ୍ବର ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଡ଼. ମିଶ୍ର ଚାଟ ଜିପିଟିର ପ୍ରଭାବ ଏବଂ ଏଆଇ(କୃତ୍ରିମ ବୁଦ୍ଧିମତ୍ତା) ପ୍ରଯୁକ୍ତିବିଦ୍ୟା ଉପରେ ସାମ୍ପ୍ରତିକ ଧାରା ବିଷୟରେ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories