www.samajalive.in
Friday, December 5, 2025
23.1 C
Bhubaneswar

କ୍ୟାବିନେଟ ବୈଠକ ; ରାଜ୍ୟ ଖାଦ୍ୟ ସୁରକ୍ଷା ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ ବୈଠକରେ  ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ଖାଦ୍ୟ ସୁରକ୍ଷା ପ୍ରସ୍ତାବକୁ କ୍ୟାବିନେଟ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚ୍ଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ କରାଯିବାକୁଥିବା  ଖାଦ୍ୟ ସୁରକ୍ଷା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ପ୍ରଥମ ଦଫାରେ ୨୫ ଲକ୍ଷ ହିତାଧିକାରୀ ଏହା ଦ୍ବାରା ଉପକୃତ ହେବେ। ମୋଟ ୧୧ଟି ମାନଦଣ୍ଡରେ ହିତାଧିକାରୀ ଚିହ୍ନଟ ହେବେ ବୋଲି ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି। ଯୋଗ୍ୟ ଏବଂ ଗରୀବ ହିତାଧିକାରୀଙ୍କୁ ଚୟନ କରାଯିବ। ପ୍ରଥମ ୬ମାସରେ ୨୨୦ କୋଟି ଟଙ୍କା ଅତିରିକ୍ତ ଅର୍ଥ ବ୍ୟୟ କରାଯିବ। ଯୋଗ୍ୟ ହିତାଧିକାରୀ ଦୁଇମାସ ମଧ୍ୟରେ ଆବେଦନ କରିପାରିବେ। ଆସନ୍ତା ଅକ୍ଟୋବର ୨ତାରିଖରୁ ଏହା କାର୍ଯ୍ୟକାରୀ ହେବ।

- Advertisement -

ସୂଚନା  ଯୋଗ୍ୟ ଅକ୍ଟୋବର ୨ ତାରିଖ ଗାନ୍ଧି ଜୟନ୍ତୀରୁ ରାଜ୍ୟ ସରକାର ଓଡ଼ିଶାର ଗରିବ ଲୋକଙ୍କ ପାଇଁ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିବେ। ଓଡ଼ିଶାର ଜଣେ ବି ଗରିବ ଲୋକକୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହେବାକୁ ଦିଆଯିବ ନାହିଁ ବୋଲି ରାଜ୍ୟ ସରକାର ୨୦୧୪ରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି  ଗତ ୨୮ ତାରିଖରେ ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ ଅବସରରେ ଘୋଷଣା କରିଥିଲେ। ୨୦୦୮ରେ ରାଜ୍ୟର ଟିକସଦାତାଙ୍କ ଅର୍ଥରୁ ଗରିବ ଲୋକଙ୍କ ପାଇଁ ରାଜ୍ୟ ସରକାର କିଗ୍ରା ପିଛା ୨ ଟଙ୍କାରେ ଚାଉଳ ଯୋଗାଇବା ଆରମ୍ଭ କରିଥିଲେ। ୨୦୧୩ରୁ ସେମାନଙ୍କୁ କିଗ୍ରା ପିଛା ୧ ଟଙ୍କାରେ ଚାଉଳ ଯୋଗାଇ ଦିଆଯାଇଥିଲା। ଓଡ଼ିଶା ସରକାରଙ୍କ ଏଭଳି ଉଦ୍ୟମ ସେତେବେଳେ ସମଗ୍ର ଦେଶରେ ଏକ ଉଦାହରଣ ସୃଷ୍ଟି କରିଥିଲା।
୨୦୧୧ ଜନସଂଖ୍ୟା ଆଧାରରେ କେନ୍ଦ୍ର ସରକାର ହିତାଧିକାରୀ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦେଶ ଦେଇଥିବାରୁ ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ହିତାଧିକାରୀ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଏକାଧିକ ଥର ଚିଠି ଲେଖି ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କ ଆବଶ୍ୟକତା ପ୍ରତି ଗୁରୁତ୍ୱ ଦେଉନାହାନ୍ତି।
ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟବାସୀଙ୍କ ଅର୍ଥରେ ରାଜ୍ୟର ଗରିବ ଲୋକଙ୍କ ପାଇଁ ଅକ୍ଟୋବର ୨ ତାରିଖରୁ ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ବୋଲି କହିଥିଲେ ।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories