ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଥମିବାର ନାଁ ନେଉନାହିଁ। ଗତ କିଛିଦିନ ଧରି ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଶୁକ୍ରବାର କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବହୁ ସଂଖ୍ୟକ ଦିଲ୍ଲୀ ମହିଳା କଂଗ୍ରେସ କର୍ମୀମାନେ ଶାହଙ୍କ ଘର ଆଗରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ମହିଳା କର୍ମୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଏହା ବ୍ୟତୀତ ଭୀମ ଆର୍ମୀ ନେତା ଚନ୍ଦ୍ରଶେଖର ରାବଣଙ୍କୁ ମଧ୍ୟ ଦିଲ୍ଲୀ ପୁଲିସ ଗିରଫ କରିଛି। ଜାମା ମସ୍ଜିଦ୍ ଅଞ୍ଚଳରେ ପ୍ରଦର୍ଶନ କରିବାକୁ ପୁଲିସ ଅନୁମତି ଦେଇ ନ ଥିଲା। ମାତ୍ର ଏହାକୁ ଉଲ୍ଲଂଘନ କରିବାରୁ ଚନ୍ଦ୍ରଶେଖରଙ୍କୁ ଗିରଫ କରାଯାଇଛି।
ଶାହଙ୍କ ଘର ଆଗରେ ମହିଳା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ: ଭୀମ ଆର୍ମୀ ନେତା ଚନ୍ଦ୍ରଶେଖର ଗିରଫ
Popular Categories



