www.samajalive.in
Tuesday, December 9, 2025
16.1 C
Bhubaneswar

ଜେଲରେ ଅବହେଳା ଯୋଗୁ ବିଚାରଧୀନ କଏଦୀଙ୍କ ମୃତ୍ୟୁ ଅଭିଯୋଗ

ବୁର୍ଲା : ବରଗଡ଼ ଜେଲରେ ଅବହେଳା ଯୋଗୁ ଶନିବାର ଜଣେ ବିଚାରଧୀନ କଏଦୀଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତ କଏଦୀର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମୃତ କଏଦୀଙ୍କ ନାମ ରଞ୍ଜିତ ପଟ୍ଟନାୟକ। ସୂଚନା ମୁତାବକ, ରଞ୍ଜିତ ଗତ ୫ତାରିଖ ଦିନ ଏକ ବଳାତ୍କାର ମାମଲାରେ ଗିରଫ ହୋଇ ଜେଲ ହାଜତରେ ବିଚାର ଧୀନ ବନ୍ଦୀ ଭାବେ ସଜା କାଟୁଥିଲେ। ପୂର୍ବରୁ ରଞ୍ଜିତଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନଥିବାରୁ ସେ ନିୟମିତ ଔଷଧ ଖାଉଥିଲେ। ଜେଲରେ ତାଙ୍କର ଠିକଭାବେ ଚିକିତ୍ସା ନକରାଯିବାରୁ ସେ ଗୁରୁତର ହୋଇପଡ଼ିଥିଲେ। ତେଣୁ ଗତ ୧୬ତାରିଖରେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ଅଣାଯାଇଥିଲା। ତେବେ ଗତକାଲି ତାଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରିବା ପାଇଁ ଡାକ୍ତର କହିଥିଲେ ମଧ୍ୟ ଜେଲ କର୍ତ୍ତୁପକ୍ଷଙ୍କ ଅବହେଳା ଯୋଗୁଁ ତାଙ୍କୁ ସ୍ଥାନାନ୍ତର କରାଯାଇ ପାରିନଥିଲା ଫଳରେ ଆଜି ସନ୍ଧ୍ୟା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ତାଙ୍କ ପରିବାର ଲୋକେ ସିଧାସଳଖ ଜେଲ ସୁପରିଟେଣ୍ଡେଣ୍ଟକୁ ଦାୟୀ କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories