www.samajalive.in
Monday, December 8, 2025
27.1 C
Bhubaneswar

ଅଭିଯୋଗର ଲମ୍ବା ତାଲିକାରେ ଉବୁଟୁବୁ ବୁର୍ଲା କୋଭିଡ଼ ହସପିଟାଲ, ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ କୋଭିଡ଼ ପିଡ଼ିତା ବରିଷ୍ଠ ସେବିକା

ବୁର୍ଲା: ବୁର୍ଲା କୋଭିଡ ହସପିଟାଲରେ ଦିନକୁ ଦିନ ଅବ୍ୟବସ୍ତା ବୃଦ୍ଧି ପାଇ ପାଇ ଚାଲିଛି। ଏପରି ଏକ ଗୁରୁତର ଅଭିଯୋଗ ଭିମସାରରେ କାର୍ଯ୍ୟରତ ରହିଥିବା ବରିଷ୍ଠ ସେବିକା ଯିଏକି କରୋନାରେ ପିଡ଼ିତ ହୋଇ ଭିମସାରର ପ୍ରଥମ କୋଭିଡ଼ ହସପିଟାଲରେ ଚିକିତ୍ସାଧିନ ରହିଛନ୍ତି ସେ ଆଣିଛନ୍ତି। ସୁଚନା ମୁତାବକ ଉକ୍ତ ସେବିକା ଜଣକ ହୃଦୟରୋଗ ବିଭାଗର କ୍ୟାଥଲାବର ଜଣେ ବରିଷ୍ଠ ସେବିକା ପୁର୍ଣ୍ଣୀମା କୁମ୍ଭାର ଗତ ଶୁକ୍ରବାର ଦିନ ସଂନ୍ଧ୍ୟା ସମୟରୁ ସେ କୋଭିଡ଼ରେ ପିଡ଼ିତ ହେବା ପରେ କୋଭିଡ଼ ହସପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର କୋଭିଡ଼ ହସପିଟାଲରେ ଚିକିତ୍ସାଧିନ ରହିଥିବା ବେଳେ ସକାଳ ସମୟରେ ଏକ ଦାମୀ ଇଞ୍ଜେକସନ ଦିଆଯାଇଥିଲା। ପୁଣି କୋଭିଡ଼ ହସପିଟାଲର ଜନୈକ ସେବିକା ପୁଣି ଉକ୍ତ ଦାମୀ ଇଞ୍ଜେକସନକୁ ଦେବା ପାଇଁ ଆଣିଥିଲେ। ମାତ୍ର ଏହାକୁ ନେଇ ବରିଷ୍ଠ ସେବିକା ଜଣକ ଭୁଲବସତଃ ପୁଣି ଇଞ୍ଜେକସନ(ରାମଡ଼େଶିବିର) ଦେବା ପାଇଁ ମନା କରିଥିଲେ ଏବଂ ଯଦିବା ଦେଲେ ତାଙ୍କର ମୃତ୍ୟୁ ହୋଇଯିବ ବୋଲି ବରିଷ୍ଠ ସେବିକା ଜଣକ କହିଥିଲେ। ଏହି ଇଞ୍ଜେକନସକୁ ୧୦୦ ଏମଏଲ ଏନଏସରେ ଦେବା କଥା ମାତ୍ର ଉକ୍ତ ସେବିକା ଜଣକ ୧୦ ଏମଏଲ ସିରିଞ୍ଜ ଆଣି ଇକ୍ତ ଇଞ୍ଜେକସନ ଦେଇଥିଲେ। ସେପଟେ ଉକ୍ତ ସେବିକା ଜଣକ ବରିଷ୍ଠ ସେବିକାଙ୍କ କଥାକୁ ଖାତିର ନ କରି ଉକ୍ତ ଇଞ୍ଜେକସନର କିଛି ଅଂଶ ଦେଇ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି।

ଏହି ଅଭିଯୋଗକୁ ନେଇ କୋଭିଡ଼ ହସପିଟାଲ ଦାୟିତ୍ୱରେ ରହିଥିବା ଅଧିକାରୀ ଡ଼ ଜଗନ୍ନାଥ ହାତିଙ୍କୁ ଯୋଗାଯୋଗ କରି ବରିଷ୍ଠ ସେବିକା ଜଣକ କହିଥିଲେ। ସେପଟେ ବରିଷ୍ଠ ସେବିକାଙ୍କ ପୁଅ ବୀରେନ୍ଦ୍ର କୁମାର ନାୟକ କହିବା ମୁତାବକ ତାଙ୍କ ମାଁ କରୋନା ପିଜିଟିଭ ରହିଥିବା ଏବଂ ତାଙ୍କର ମା’ଙ୍କର ହୃଦୟରୋଗ ବାହାରିଛି। ପାଞ୍ଚଦିନରେ ପାଞ୍ଚଟି ଡ଼ୋଜ(ରେମଡ଼େଶିବିର) ଇଞ୍ଜେକସନ ଦେବା କଥା ମାତ୍ର ଆଜି ସକାଳେ ଦିଆ ଯାଇଥିଲା ଏବଂ ପୁଣି ପରେ ପୁଣି ଉକ୍ତ ଦ୍ୱିତୀୟ ଇଞ୍ଜେକସନ ଦେବାକୁ ଚେଷ୍ଟା କରାଯାଇଥିଲା ଯଦିବା ପୁର୍ଣ୍ଣ ମାତ୍ରାରେ ଇଞ୍ଜେକସନ ଦେଇଥିଲେ ତାଙ୍କର ମା’ଙ୍କର ମୃତ୍ୟୁ ହୋଇଯାଇଥାନ୍ତା ବୋଲି ସେ ଅଭିଯୋଗ ଆଣିବା ସହିତ ତାଙ୍କର ମା’ଙ୍କର ଚିକିତ୍ସାରେ ଅବହେଳାକୁ ଗୁରୁତର ସହିତ ନିଆଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବୀ କରିଛନ୍ତି। ଏହା ସହିତ ତାଙ୍କର ମାଉସୀ ଯିଏକି ମେଡ଼ିକାଲରେ କାର୍ଯ୍ୟରତା ସେ ମଧ୍ୟ ଆସି ଉକ୍ତ ସେବିକାକୁ ବାରଣ କରିଥିଲେ ମାତ୍ର ସେବିକା ଜଣକ ନ ମାନି ପୁଣି ଇଞ୍ଜେସନ ଦେଲାପରେ ଦେଖିବା ବୋଲି କହିଥିବା ବୀରେନ୍ଦ୍ର ଅଭିଯୋଗ ଆଣିଛନ୍ତି। ତେବେ ଏଭଳି ଭାବରେ ବୁର୍ଲା ଭିମସାର କୋଭିଡ଼ ହସପିଟାଲରେ ବ୍ୟବସ୍ତା ଚାଲିଛି।

- Advertisement -

ସେପଟେ ଏହି ଘଟଣାକୁ ନେଇ ସମ୍ବଲପୁର ବିକାଶ ମଞ୍ଚର ଆବାହକ ଦେବାଶିଷ ପୁରୋହିତ ନିନ୍ଦା କରିବା ସହିତ ଭିମସାର କୋଭିଡ଼ ହସପିଟାଲରେ କି ପ୍ରକାର ଚିକିତ୍ସା ଚାଲିଛି ଏହା ତାହାର ନଗ୍ନ ନମୁନା। ଏହାର ତଦନ୍ତ ହେଲେ ଅସଲ ତଥ୍ୟ ସାମ୍ନାକୁ ଆସିବ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ଶ୍ରୀ ପୁରୋହିତ ଦାବୀ କରିଛନ୍ତି। ଏହାକୁ ନେଇ ଯେହେତୁ ବୁର୍ଲା ସହରର ବିଷ୍ଣୁମନ୍ଦିର ପଡ଼ାର ବରିଷ୍ଠ ସେବିକା ଜଣକ ତେଣୁ ତାଙ୍କ ସମ୍ପର୍କିୟ ତଥା ସ୍ତାନିୟ ବାସୀନ୍ଦାମାନଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। କୋଭିଡ଼ ହସପିଟାଲ ସମ୍ମୁଖରେ ଦିର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ଏହାକୁ ନେଇ ବୁର୍ଲା ପୁଲିସ ଘଟଣା ସ୍ତଳରେ ପହଞ୍ଚି ବୁଝାସୁଝା କରିବା ପରେ ସାମୟିକ ଭାବରେ ଉତ୍ତେଜନା ହ୍ରାସ ପାଇଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories