www.samajalive.in
Wednesday, December 10, 2025
18.1 C
Bhubaneswar

ଗୁଜୁରାଟରେ କୋଠା ଭୁଶୁଡ଼ି ୪ ମୃତ, ୫ ଗୁରୁତର

ଅହମଦାବାଦ : ଗୁଜୁରାଟ ଖେଡା ଜିଲା ନାଡିଆଡ ସହରରେ ପ୍ରବଳ ବର୍ଷା ମଧ୍ୟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ୩ ମହଲା କୋଠା ଭୁଶୁଡ଼ି ୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୫ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୧ ବର୍ଷିଆ ଶିଶୁ ରହିଛି।

ଖେଡା ଏସପି ଦିବ୍ୟା ମିଶ୍ର ଶନିବାର କହିଛନ୍ତି ଯେ ପ୍ରଗତିନଗର ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କୋଠା ଭୁଶୁଡ଼ି ପଡିଥିଲା। କୋଠା ଭଗ୍ନାଂବଶେଷ ତଳେ ୯ ଜଣ ଚାପି ହୋଇରହିଥିଲେ। ଉଦ୍ଧାର ପରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଥିଲା। ଅନ୍ୟ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶନିବାର ସକାଳ ୬ଟାରେ ଉଦ୍ଧାର ଅଭିଯାନ ଶେଷ ହୋଇଥିଲା। ଏହି ଉଦ୍ଧାର ଅଭିଯାନରେ ଜିଲା ପୁଲିସ୍‍, ଏନଡିଆରଏଫ ଓ ଅଗ୍ନିଶମ ବାହିନୀ ସାମିଲ ହୋଇଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories