www.samajalive.in
Wednesday, December 10, 2025
18.1 C
Bhubaneswar

ଏଣିକି ବିକ୍ରି ହୋଇ ପାରିବ ନାହଁ ବୁଗୁଡ଼ା ବିରଞ୍ଚି ନାରାୟଣ ଠାକୁରଙ୍କ ଜମି

ବୁଗୁଡ଼ା : ଠାକୁର ବିରଞ୍ଚି ନାରାୟଣଙ୍କ ଜମି ବିକ୍ରି ଘଟଣାକୁ ନେଇ ପୁରୁଷାନୁକ୍ରମେ ଚାଷ କରିଆସୁଥିବା ଚାଷୀ ଓ ମଠ ମହନ୍ତଙ୍କ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ ନିମନ୍ତେ ବୁଗୁଡ଼ା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୋଲସରା ବିଧାୟକ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ସ୍ଥାନୀୟ ତହସିଲଦାର ସଂଗ୍ରାମ କେଶରୀ ଜେନା, ବିଡିଓ ତନ୍ମୟ ପାତ୍ର, ଆଇଆଇସି ଚିତ୍ତ ରଞ୍ଜନ ବେହେରା ପ୍ରମୁଖ ପ୍ରଶାସନିକ ଅଧିକାରୀଙ୍କ ସମେତ ପ୍ରଥମ ପକ୍ଷର ବିରଞ୍ଚି ନାରାୟଣ ମଠ ମହନ୍ତ ରବି ନାରାୟଣ ଦାସ ଓ ଦ୍ୱିତୀୟ ପକ୍ଷର ଆଦିପୁର, ବରଡିପଲ୍ଲୀ, ରାମଚନ୍ଦ୍ରପୁର, ଜଗତପାଟଣା, କୈଳାସନଗର ଆଦି ଗ୍ରାମର ରୟତ ବୃନ୍ଦ ଯୋଗ ଦେଇଥିଲେ ।

 

- Advertisement -

ବୈଠକର ପ୍ରାରମ୍ଭରେ ପୂର୍ବ ବିବାଦ ଗୁଡିକ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏହାର ସମାଧାନ ନିମନ୍ତେ କେତେକ ପ୍ରସ୍ତାବ ସର୍ବ ସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା। ଏଣିକି ପ୍ରଥମ ପକ୍ଷ କିମ୍ବା ଦ୍ବିତୀୟ ପକ୍ଷ ସରକାରୀ ଆଇନ ଅନୁଯାୟୀ ଠାକୁରଙ୍କ କୌଣସି ଜମି ବିକ୍ରି କରିପାରିବେ ନାହିଁ। ଆଦିପୁର ଗ୍ରାମ୍ୟ ଉନ୍ନୟନ ସଭାପତି ମନୋଜ କୁମାର ସାହୁ ଯଥାଶୀଘ୍ର ଠାକୁରଙ୍କ ଜମିରେ ବାସ ଗୃହ ନିର୍ମାଣ କରିଥିବା ଦ୍ବିତୀୟ ପକ୍ଷର ବ୍ୟକ୍ତି ମାନଙ୍କ ତାଲିକା ପ୍ରସ୍ତୁତ କରିବେ। ବିଦ୍ୟୁତ ପ୍ରକଳ୍ପ ନିମନ୍ତେ ପୂର୍ବରୁ ଆଦିପୁର ମୌଜା ଅନ୍ତର୍ଗତ ବରଡିପଲ୍ଲୀ ଗ୍ରାମର ପ୍ରାୟ ସତର ଏକର ବିକ୍ରି ହୋଇଥିବା ଜମିରେ ନହୋଇ ଖଜୁରୀ ପଡିଆ ଠାରେ ନିର୍ମାଣ ପାଇଁ ଆଇନ ଅନୁସାରେ ଉଦ୍ୟମ କରାଯିବ। ଠାକୁରଙ୍କ ସମସ୍ତ ବିଷୟରେ ଶାନ୍ତି ସହାବସ୍ଥାନ, ବର୍ଦ୍ଧିତ ରାଜଭୋଗ ନିର୍ଦ୍ଧାରଣ ଏବଂ ସୁପରିଚାଳନା ପାଇଁ ଏକ ଉନ୍ନୟନ ପରିଷଦ ଆଗାମୀ ଦିନରେ ଗଠନ କରାଯିବ। ଏହି ବୈଠକ ପରେ ମନ୍ଦିର ସମ୍ପର୍କିତ ପୂର୍ବ ବିବାଦ ଗୁଡିକର ଅନ୍ତ ହେବ ବୋଲି ସର୍ବ ସାଧାରଣରେ ମତ ପ୍ରକାଶ ପାଇଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories