www.samajalive.in
Wednesday, December 10, 2025
26.1 C
Bhubaneswar

‘ପ୍ରତିଶ୍ରୁତି ପ୍ରଚାରସର୍ବସ୍ୱ’ : ନିରଞ୍ଜନ

ଭୁବନେଶ୍ବର : ବଜେଟରେ ମଧ୍ୟବିତ୍ତ, ଗରିବଙ୍କ ଉନ୍ନତି ପାଇଁ ବ୍ୟବସ୍ଥା ନାହିଁ। ଆର୍ଥିକ ମାନ୍ଦାବସ୍ଥା ଦୂର ଦିଗରେ ଓ କ୍ରମବର୍ଦ୍ଧିଷ୍ଣୁ ବଜାର ଦର ରୋକିବାରେ ଅର୍ଥମନ୍ତ୍ରୀ ବିଫଳ ହୋଇଛନ୍ତି। ଏଲ୍‍ଆଇସି ଓ ଆଇଡିବିଆଇର ଡିସ୍‍ଇନ୍‍ଭେଷ୍ଟମେଣ୍ଟ ଫଳରେ ଘରୋଇ ପୁଞ୍ଜିପତି, ଶିଳ୍ପପତିଙ୍କୁ ସୁହାଇବ। ୨୦୨୨ରେ ଚାଷୀଙ୍କ ଆୟ ଦୁଇଗୁଣ ହେବ ବୋଲି କେନ୍ଦ୍ରର ମୋଦୀ ସରକାର ପୁନର୍ବାର ଦୋହରାଇଛନ୍ତି। ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଚାଷୀଙ୍କୁ ଦେଇଥିଲେ ତାହା ପୂରଣ କରି ନାହାନ୍ତି। ସେହିଭଳି ପ୍ରତିବର୍ଷ ୨କୋଟି ଯୁବକଙ୍କୁ ନିଯୁକ୍ତି ଦେବେ ବୋଲି ପ୍ରତିଶ୍ରୁତି ଦେଇ କେନ୍ଦ୍ର ସରକାର ପ୍ରତାରଣା କରିଛନ୍ତି। ସର୍ବୋପରି ଏହି ବଜେଟ ମଧ୍ୟବିତ୍ତ, ଚାଷୀ ବିରୋଧୀ ଓ ଯୁବବର୍ଗଙ୍କ ପାଇଁ ନିରୁତ୍ସାହଜନକ। ଦେଶ ପାଇଁ ଯାହା ଆବଶ୍ୟକ ତାହା ବଜେଟରେ ନାହିଁ। ଏହା ପ୍ରତିଶ୍ରୁତି ଓ ପ୍ରଚାର ସର୍ବସ୍ୱ, ନୈରାଶ୍ୟଜନକ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories