www.samajalive.in
Sunday, December 7, 2025
26.1 C
Bhubaneswar

୨୦୨୧-୨୨ ବଜେଟ୍‍ ପ୍ରସ୍ତୁତି : ନର୍ଥ ବ୍ଲକରେ ‘ହାଲୱା ଉତ୍ସବ’

ନୂଆଦିଲ୍ଲୀ :  କେନ୍ଦ୍ର ବଜେଟ୍‍ ପ୍ରସ୍ତୁତିର ଚୂଡ଼ାନ୍ତ ପର୍ଯ୍ୟାୟ ‘ହାଲୱା ଉତ୍ସବ’ ନୂଆଦିଲ୍ଲୀର ନର୍ଥ ବ୍ଲକରେ ଅନୁଷ୍ଠିତ ହୋଇ ଯାଇଛି। ୨୦୨୧-୨୨ କେନ୍ଦ୍ର ବେଜଟ୍‍ର ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅର୍ଥ ମନ୍ତ୍ରଣାଳୟ କହିଛି, ବଜେଟ୍‍ ପ୍ରସ୍ତୁତିର ଚୂଡ଼ାନ୍ତ ପର୍ଯ୍ୟାୟ ଆରମ୍ଭ ହେବା ସମୟରେ ପ୍ରତିବର୍ଷ ପରମ୍ପରା ଅନୁସାରେ ହାଲୱା ଉତ୍ସବର ଆୟୋଜନ କରାଯାଇଥାଏ।
ଫେବୃୟାରୀ ପହିଲାରେ କେନ୍ଦ୍ର ବଜେଟ୍‍ ପାର୍ଲାମେଣ୍ଟରେ ଉପସ୍ଥାପିତ ହେବ। ଅର୍ଥ ମନ୍ତ୍ରଣାଳୟ କହିଛି, ପ୍ରଥମ ଥର ପାଇଁ କେନ୍ଦ୍ର ବଜେଟ୍‍କୁ କୌଣସି କାଗଜ ବ୍ୟବହାର ବିନା ଉପସ୍ଥାପନ କରାଯିବ। ଏହି ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍‍ ମୋବାଇଲ୍‍ ଆପ୍‍ର ଶୁଭାରମ୍ଭ କରିଛନ୍ତି। ଏହି ମୋବାଇଲ୍‍ ଆପ୍‍ ମାଧ୍ୟମରେ ସମସ୍ତ ସାଂସଦ ଓ ସର୍ବସାଧାରଣ ବଜେଟ୍‍ ଦସ୍ତାବିଜ୍‍ଗୁଡ଼ିକୁ ପାଠ କରିପାରିବେ।
ଏହି ମୋବାଇଲ୍‍ ଆପ୍‍ ମାଧ୍ୟମରେ କେନ୍ଦ୍ର ବଜେଟ୍‍ର ୧୪ଟି ଯାକ ଦସ୍ତାବିଜ୍‍ ପାଠ କରାଯାଇ ପାରିବ। ବାର୍ଷିକ ଆର୍ଥିକ ବିବୃତ୍ତି, ଅସ୍ଥାୟୀ ଖର୍ଚ୍ଚ ଦାବି ଓ ଅର୍ଥ ବିଲ୍‍କୁ ମଧ୍ୟ ଏହି ମୋବାଇଲ୍‍ ଆପ୍‍ ମାଧ୍ୟମରେ ଜାଣିହେବ। ଏହି ମୋବାଇଲ୍‍ ଆପ୍‍ ଉଭୟ ଆଣ୍ଡ୍ରଏଟ ଏବଂ ଆଇଏସଓ ଫୋନରେ ଡାଉନ୍‍ଲୋଡ୍‍ କରିହେବ। ମୋବାଇଲ୍‍ ଆପ୍‍ ଉଭୟ ହିନ୍ଦୀ ଓ ଇଂରାଜୀରେ ଉପଲବ୍ଧ ହେବ। ଅର୍ଥମନ୍ତ୍ରୀଙ୍କ ଦ୍ୱାରା ବଜେଟ୍‍ ଭାଷଣ ଶେଷ ହେବା ପରେ ବଜେଟ୍‍ ଦସ୍ତାବିଜ୍‍ ଗୁଡ଼ିକ ଏହି ମୋବାଇଲ୍‍ ଆପରେ ଉପଲବ୍ଧ ହେବ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories