www.samajalive.in
Tuesday, December 9, 2025
16.1 C
Bhubaneswar

ମୁସଲମାନଙ୍କୁ କଂଗ୍ରେସ ବଦଳରେ ଏସ୍‍ପି-ବିଏସ୍‍ପି ମେଣ୍ଟକୁ ଭୋଟ ଦେବା ପାଇଁ ମାୟାବତୀଙ୍କ ନିବେଦନ

ସାହାରନପୁର : ଉତ୍ତରପ୍ରଦେଶର ଦେଓବନ୍ଦଠାରେ ରବିବାର ସମାଜବାଦୀ ପାର୍ଟି (ଏସ୍‍ପି)-ବହୁଜନ ସମାଜ ପାର୍ଟି (ବିଏସ୍‍ପି)-ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମେଣ୍ଟର ପ୍ରଥମ ନିର୍ବାଚନୀ ଜନସଭା ଅନୁଷ୍ଠିତ ହୋଇଯାଇଛି। ଏହି ଜନସଭାରେ ଏସ୍‍ପି ଅଧ୍ୟକ୍ଷ ଅଖିଳେଶ ଯାଦବ, ବିଏସ୍‍ପି ଅଧ୍ୟକ୍ଷା ମାୟାବତୀ ଏବଂ ଆରଏଲଡି ଅଧ୍ୟକ୍ଷ ଚୌଧୁରୀ ଅଜିତ ସିଂହ ନିଜ ଅଭିଭାଷଣ ରଖିଥିଲେ। ମାୟାବତୀ ନିଜ ଉଦବୋଧନରେ ମୁସଲମାନ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥିଲେ। ମାୟାବତୀ ଅନୁରୋଧ କରିଥିଲେ ଯେ ମୁସଲମାନ ସମ୍ପ୍ରଦାୟର ଲୋକେ ଭାବନାରେ ବହି ଯାଇ କଂଗ୍ରେସକୁ ଭୋଟ ଦିଅନ୍ତୁ ନାହିଁ। ବିଜେପିକୁ କଂଗ୍ରେସ ଟକ୍କର ଦେଇପାରିବ ନାହିଁ। ମହାମେଣ୍ଟ ହିଁ ବିଜେପିକୁ ଟକ୍କର ଦେଇପାରିବ। କଂଗ୍ରେସକୁ ମଧ୍ୟ ଏ କଥା ଜଣାଅଛି। କଂଗ୍ରେସ ଆମ ମେଣ୍ଟକୁ ଜିତିବାକୁ ଦେବାକୁ ଚାହୁଁନାହିଁ। ତେଣୁ କଂଗ୍ରେସ ବିଭିନ୍ନ ଲୋକସଭା ଆସନରେ ବିଜେପିକୁ ଫାଇଦା ପହଞ୍ଚାଇବା ଭଳି ପ୍ରାର୍ଥୀ ଦେଇଛି। ମୁସଲମାନ ସମ୍ପ୍ରଦାୟର ଲୋକ ନିଜ ଭୋଟ ବାଣ୍ଟନ୍ତୁ ନାହିଁ। କେବଳ ଏସ୍‍ପି-ବିଏସ୍‍ପି-ଆରଏଲଡି ମେଣ୍ଟକୁ ଭୋଟ ଦିଅନ୍ତୁ। ଭୋଟିଂ ମେଶିନରେ ଗଡ଼ବଡ଼ ନହେଲେ ମେଣ୍ଟ ହିଁ ବିଜୟୀ ହେବ। ମେଣ୍ଟ ଜନସମାବେଶରେ ଲୋକଙ୍କ ଭିଡ଼ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମ ଶକ୍ତିର ଆଭାଷ ମିଳିସାରିଥିବ।
ସେହିପରି ଏସ୍‍ପି ଅଧ୍ୟକ୍ଷ ଅଖିଳେଶ ସିଂହ ଯାଦବ କହିଥିଲେ ଯେ ବିଜେପି ଓ କଂଗ୍ରେସ ଏକାଭଳି ଦଳ। ସେମାନଙ୍କ ନୀତି ଏକ ପ୍ରକାରର। ତେଣୁ ଭୋଟ ଯେପରି ନକଟେ ଓ ବାଣ୍ଟି ନହୁଏ ସେଥିପ୍ରତି ଧ୍ୟାନ ଦିଅନ୍ତୁ।
ପ୍ରକାଶଯୋଗ୍ୟ ଯେ ଉତ୍ତରପ୍ରଦେଶର ବାଗପତ, ବିଜନୌର, ଗୌତମବୁଦ୍ଧ ନଗର, ଗାଜିୟାବାଦ, କୈରାନା, ମେରଠ, ମୁଜାଫରନଗର ଏବଂ ସାହରନପୁରରେ ପ୍ରଥମ ପର୍ଯ୍ୟାୟ ମତଦାନ ଅପ୍ରେଲ ୧୧ରେ ହେବ। ବାଗପତରୁ ଆରଏଲଡିର ଜୟନ୍ତ ଚୌଧୁରୀ, କୈରାନାରୁ ଏସ୍‍ପିର ତବସୁମ ହାସନ, ମୁଜାଫରନଗରରୁ ଆରଏଲଡି ଅଧ୍ୟକ୍ଷ ଅଜିତ ସିଂହ, ସାହାରନପୁରରୁ ବିଏସ୍‍ପିର ହାଜି ଫଜୁଲରହମାନ, ବିଜନୌରରୁ ବିଏସ୍‍ପିର ମଲକ ନାଗର, ମେରଠରୁ ବିଏସ୍‍ପିର ହାଜି ମହମ୍ମଦ ୟାକୁବ, ଗାଜିୟାବାଦରୁ ସପାରେ ସୁରେଶ ବଂଶଲ, ଗୌତମବୁଦ୍ଧ ନଗରରୁ ବିଏସ୍‍ପିର ସତବୀର ନାଗର ପ୍ରାର୍ଥୀ ହୋଇଛନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ଏହି ସମସ୍ତ ଆସନରେ ବିଜୟୀ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories