www.samajalive.in
Monday, December 8, 2025
14.1 C
Bhubaneswar

ଜାତୀୟ ରାଜପଥରେ ଦୁବୃତ୍ତ ଅଟକାଇଲେ ଟ୍ରକ: କାଚ ଓ ହେଡଲାଇଟ ଭାଙ୍ଗିଲେ, ଲୁଟିନେଲେ ଟଙ୍କା 

ବୌଦ୍ଧ : ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧଥାନା ଅନ୍ତର୍ଗତ ରାମ୍ଭିକଟା ଛକଠାରେ କିଛି ଦୁବୃତ୍ତ ଦୁଇଟି ଟ୍ରକକୁ ଅଟକାଇ ଗାଡି ଚାଳକଙ୍କୁ ମାଡ ମାରିବା ସହିତ ଟଙ୍କା ଛଡାଇ ନେଇଥିବା ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ମୁତାବକ ବୌଦ୍ଧଜିଲ୍ଲା ଚନ୍ଦ୍ରପୁର ଗ୍ରାମର ଟ୍ରକ ଡ୍ରାଇଭର ଅକ୍ଷୟ ସାହୁ ବ୍ରହ୍ମପୁରରୁ ବୌଦ୍ଧ ଟ୍ରକ ନେଇ ଫେରୁଥିବାବେଳେ ରାତି ପ୍ରାୟ ୧ ଘଣ୍ଟା ସମୟରେ ରାମ୍ଭିକଟା ଛକଠାରେ ଏକ ଟ୍ରାକ୍ଟର ରାସ୍ତା ଉପରେ ଅଟକି ରହିଥିଲା। ଏଣୁ ଚାଳକ ଅକ୍ଷୟ ଆଗକୁ ଯାଇନପାରି ସେଠାରେ ଗାଡି ଅଟକାଇଥିଲେ। ଏହି ସମୟରେ ଏକ ଅଜଣା ମଟରସାଇକେଲରେ ଦୁଇଜଣ ଦୁବୃତ୍ତ ହାତରେ ଠେଙ୍ଗା ଓ ପିସ୍ତଲ ଧରି ଟ୍ରକ ନିକଟରେ ପହଞ୍ଚି ଥିଲେ। ପରେ ଆଉ ଏକ କାରରେ ୪ ଜଣ ଦୁବୃତ୍ତ ସେଠାରେ ପହଞ୍ଚିଥିଲେ। ସମସ୍ତ ୬ ଜଣ ଦୁବୃତ୍ତ ଟ୍ରକର ଆଗ କାଚ ଓ ହେଡଲାଇଟ ଭାଙ୍ଗିବା ସହ ଗାଡି ଚାଳକକୁ ମାଡ ମାରି ୧୦ ହଜାର ଟଙ୍କା ଛଡାଇ ନେଇଥିଲେ।
ସେହିପରି ପଛରେ ଆସୁଥିବା ଆଉ ଏକ ଟ୍ରକକୁ ମଧ୍ୟ ଅଟକାଇ କାଚ ଭାଙ୍ଗିବା ସହ ଚାଳକକୁ ମାଡ ମାରି ୩ ହଜାର ଟଙ୍କା ଛଡାଇ ନେଇ ଦୁବୃତ୍ତମାନେ ଫେରାର ହୋଇଯାଇଥିଲେ। ଏନେଇ ଚାଳକ ଅକ୍ଷୟ ବୌଦ୍ଧଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବାପରେ ବୌଦ୍ଧ ପୋଲିସ ପକ୍ଷରୁ ଥାନା କେସ ନମ୍ବର ୧୯୨/୨୦ ରେ ଏକ ମାମଲା ରୁଜୁ କରି ଜଣକୁ ଥାନାରେ ଅଟକ ରଖି ତଦନ୍ତ ଚାଲିଥିବା ଥାନା ଅଧିକାରୀ ତପସ୍ୱିନୀ କହଁର ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories