www.samajalive.in
Monday, December 8, 2025
13.1 C
Bhubaneswar

ବୌଦ୍ଧ ଟାଉନହଲରେ ଜ୍ଞାନ ପ୍ରକାଶର ଷଷ୍ଠ ବାର୍ଷିକ ଉତ୍ସବ; ଯୋଗଦେଲେ ୧୨ ରାଜ୍ୟର ପ୍ରତିନିଧି

ବୌଦ୍ଧ: ଦେଶର  ଭାଷା, ସଂସ୍କୃତି ଓ ମୂଲ୍ୟବୋଧକୁ ଗୁରୁତ୍ୱ ପ୍ରଦାନ କରି ଟାଉନହଲ ଠାରେ ଜ୍ଞାନ ପ୍ରକାଶ ପରିବାର ତରଫରୁ ଷଷ୍ଠ ଜାତୀୟ ସେମିନାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଶର ୧୨ ଗୋଟି ରାଜ୍ୟରୁ ପ୍ରତିନିଧି ଯୋଗଦାନ କରିଥିଲେ । ଜ୍ଞାନ ପ୍ରକାଶର ମୁଖ୍ୟ ଉପଦେଷ୍ଟା ଶିକ୍ଷା ପରାମର୍ଶ ଦାତା ଜ୍ଞାନଚାନ୍ଦ ଶତପଥୀ ସେମିନାରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ ।

ଉଦ୍‌ଘାଟକ ଭାବେ ବୌଦ୍ଧ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଯୋଗଦାନ କରି ଶୁଭାରମ୍ଭ କରିଥିଲେ । ସଂଯୋଜକ ଡ. ଦିଲ୍ଲୀପ କୁମାର ଖୁଂଟିଆଙ୍କ ସଂଯୋଜନାରେ  ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଫେସର ଡ. ଲକ୍ଷ୍ମୀଧର ବେହେରା ଏନ୍.ସି.ଇ.ଆର୍‌.ଟି  ଡ. ପ୍ରିତିପାଲ ସିଂ ପାନୁ ଚେୟାରମ୍ୟାନ ନିଫା, ଦିଲ୍ଲୀ, ଏସ୍‌. ଦେବେନ୍ଦ୍ର ବାବୁ, ଶିକ୍ଷାବିତ୍‌ ଆନ୍ଧ୍ରପ୍ରଦେଶ, ଜେଷିଂଟା, ମିଜୋରାମ. ସପ୍ନାଲି ଗୋଗଇ, ଆସାମ୍‌, ମେଲେକ ତାରପିଖ୍‌ ଖାନଜୀ, ଗୁଜୁରାଟ, ସମୀର ଜେନା, ପଶ୍ଚିମବଙ୍ଗ, ଅମ୍ବିକା ସ୍ୱାଇଁ, ଜ୍ଞାନ ପ୍ରକାଶ ରାଜ୍ୟ ମୁଖ୍ୟ ତଥା ସହ ସଂପାଦକ, ନୀତିଶ୍‌ ସିହ୍ନା, ଶ୍ରବଣ କୁମାର ବାଗ୍‌ ଶିକ୍ଷା ସହକାରୀ ପ୍ରଫେସର, ସମ୍ବଲପୁର ବିଶ୍ୱ ବିଦ୍ୟାଳୟ, ରାଜେନ୍ଦ୍ର ମେହେର, ଓ୍ୟାଇ.ସି.ଡି.ଏ. ପ୍ରମୁଖ ଯୋଗଦାନ କରି ବିଷୟବସ୍ତୁ ସଂପର୍କରେ ନିଜ ନିଜ ମତ ପ୍ରକାଶ କରିଥିଲେ ।

- Advertisement -

ଓଡିଶାର ୩୦ଗୋଟି ଜିଲ୍ଲାରୁ ତିନି ଶହରୁ ଊର୍ଦ୍ଧ୍ଵ କବି, ଲେଖକ, ଗବେଷକ, ଶିକ୍ଷାବିତ୍‌, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, କଳାକାରମାନେ ଯୋଗଦାନ କରିଥିଲେ । ଉକ୍ତ ବାର୍ଷିକ ଉତ୍ସବରେ ୧୫ ଜଣଙ୍କୁ ଜ୍ଞାନ ପ୍ରକାଶ ସମ୍ମାନ ପ୍ରଦାନ କରାଯାଇଥିଲା । ସମସ୍ତ କବିମାନଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ପୂର୍ବରୁ ଅନୁଷ୍ଠିତ ଜାତୀୟ ପ୍ରତିଯୋଗୀତା ଚିତ୍ରାଙ୍କନ, ନୃତ୍ୟ, ସଂଗୀତ, ରଂଗୋଲି, ଗଳ୍ପକଥନ, କବିତା, ଏକକ ଅଭିନୟ, ସାଧାରଣ ଜ୍ଞାନର କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଜ୍ଞାନ ପ୍ରକାଶର ସଂପାଦକ ସରୋଜ କୁମାର ସାହୁ ମାସିକ ଶିକ୍ଷା ପତ୍ରିକା ଜ୍ଞାନ ପ୍ରକାଶର ଅଭିବୃଦ୍ଧି ସଂପର୍କରେ ନିଜନିଜ ମତ ଉପସ୍ଥାପନ କରିବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ଓଡ଼ିଶୀ, ସମ୍ବଲପୁରୀ, ଠାକରା ବାଦ୍ୟ, କଥକ, କଂସ ଦରବାର, ଦେବଦାସୀ ନୃତ୍ୟ ଏବଂ ଭଜନ ପରିବେଷଣ କରାଯାଇଥିଲା ।

ଜିଲ୍ଲା ଓ ରାଜ୍ୟ ବାହାରୁ ଆସିଥିବା ପ୍ରତିନିଧିମାନେ ବୌଦ୍ଧ ଜିଲ୍ଲାର ଐତିହାସିକ କୀର୍ତ୍ତିରାଜୀ ଓ ସଂଗ୍ରହାଳୟ ପରିଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବସନ୍ତ କୁମାର ସାହୁ, ଅର୍ଜୁନ କହଁର, ଗୋପାଳ ଅମାତ୍‌, ହୃଷିକେଶ ମେହେର, ମାନସ କୁମାର ମିଶ୍ର. ଡ. ରୀତାଞ୍ଜଳି ସ୍ୱାଇଁ, ଶୈଳେନ୍ଦ୍ର କୁମାର ନାଏକ, ସନ୍ଧ୍ୟାରାଣୀ ମିଶ୍ର, ଶବର ସେଠୀ, ବିଜୟ କୁମାର ସାହୁ, ସତ୍ୟଜିତ୍‌ ମିଶ୍ର, ଆଦିତ୍ୟ କୁମାର ପୁଜାହାରୀ, ପଦ୍ମାଳୟା ମିଶ୍ର, ଯଜେ୍ଞଶ୍ୱର ମିଶ୍ର, ବିଶ୍ୱରଞ୍ଜନ ସାହୁ, ଅଙ୍କିତ କୁମାର ଅଗ୍ରଓ୍ୟାଲା, ପ୍ରମୋଦ କୁମାର ପ୍ରଧାନ, ସୂର୍ଯ୍ୟମଣି ପଟ୍ଟନାୟକ, ପ୍ରଶାନ୍ତ ଭାଇନା, ପ୍ରଶାନ୍ତ କୁମାର ସାହୁ, ଲୋକନାଥ ମେହେର, କୃଷ୍ଣ ଗୋବିନ୍ଦ ମହାପାତ୍ର, ରଜତ କୁମାର ଦାନୀ ଦେବାଶିଷ ପୁରୋହିତ ପ୍ରମୁଖ ପରିଚାଳନା କରିଥିଲେ ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories