www.samajalive.in
Monday, December 8, 2025
13.1 C
Bhubaneswar

୧୦୦ ଲିଟର ଦେଶୀ ମଦ ଜବତ, ୩ ହଜାର ଲିଟର ପୋଚ ନଷ୍ଟ 

ବେଗୁନିଆ: ବେଗୁନିଆ ଥାନା ଅଞ୍ଚଳର ବିଭିନ୍ନ ଜାଗାରେ ମଦ ବେପାରୀ ମାନେ ଦେଶୀ ମଦ ପ୍ରସ୍ତୁତ କରି ଏଠାରେ ବିକ୍ରି କରୁଥିବା ବେଳେ ବାହାର ଅଞ୍ଚଳକୁ ଚାଲାଣ କରୁଛନ୍ତି। ଏହି ଭେଜାଲ ମଦକୁ ପିଇ ଲୋକମାନେ ମୃତ୍ୟୁ ମୁଖରେ ପଡୁଥିବାବେଳେ ସେମାନଙ୍କର ପରିବାର ଉଚ୍ଛନ୍ନ ମଧ୍ୟ ହେଉଛି। ବେଗୁନିଆ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁ ଗତକାଲି ଅପରାହ୍ନରେ ଏହି ଥାନା ଅନ୍ତର୍ଗତ ଏକଡାଳିଆ ଆମ୍ବ ବଗିଚାରେ ଚଢ଼ାଉ କରି ୩୦ ଲିଟର ଦେଶୀ ମଦ ଜବତ କରିବା ସହିତ ୮ଶହ ଲିଟର ପୋଚ ନଷ୍ଟ କରିଥିଲେ। କିନ୍ତୁ ଏହି ଘଟଣାରେ ପୁଲିସ କାହାରିକୁ ଗିରଫ କରିପାରି ନ ଥିବା ବେଳେ ଏବଂ ଏହି ଘଟଣାର ୨୪ ଘଣ୍ଟା ନପୁରୁଣୁ ଆଜି ଅପରାହ୍ନରେ ପୁନଶ୍ଚ ଥାନା ଅଧିକାରୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସ ଆଇ ଗାୟତ୍ରୀ ଗୋଛକ୍ଷୟତଙ୍କ ସହିତ ଥାନା କର୍ମଚାରୀ ମାନଙ୍କୁ ନେଇ ସକ୍ଷନପଦର ପଂଚାୟତ ଅନ୍ତର୍ଗତ ରାସୋଳ କାଜୁ ଜଙ୍ଗଲ ଉପରେ ଚଢ଼ାଉ କରିଥିଲେ। ମଦ ପ୍ରସ୍ତୁତ କରୁଥିବା ଅଭିଯୁକ୍ତ ମାନେ ପୁଲିସ ଚଢ଼ାଉ ଖବର ପାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ସେଠାରୁ ୧ ଶହ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ୩ହଜାର ଲିଟର ପୋଚକୁ ନଷ୍ଟ କରିଦେଇଛି। ପୋଲିସ ସେଠାରୁ ଏକ ବାଇକ ସହିତ ପ୍ଲାଷ୍ଟିକ ଡ୍ରମ ,ଟିଣ ଡ୍ରମ ଜାରକିନ ,ରସ ଡେକଚି ,ୟୁରିଆ ସାର ୧ବସ୍ତା ସହିତ ଅନ୍ୟାନ ସରଞ୍ଜାମ ଜବତ କରିଛି କ୍ଷ ଏ ନେଇ ଥାନାରେ ଏକ ମାମଲା୨୫୪/୨୦ ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories