www.samajalive.in
Sunday, December 7, 2025
16.1 C
Bhubaneswar

ଷ୍ଟେଟବ୍ୟାଙ୍କ ଆରସେଟି ଛତୁଚାଷ ତାଲିମ ଶିବିର. ଛତୁଚାଷ ପ୍ରସ୍ତୁତ ପ୍ରଣାଳୀ ଓ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ

ବୌଦ୍ଧ : ବୌଦ୍ଧବ୍ଳକ ମୁଣ୍ଡାପଡା ପଞ୍ଚାୟତର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ଷ୍ଟେଟବ୍ୟାଙ୍କ ଆରସେଟି ପକ୍ଷରୁ ୧୦ ଦିନ ଧରି ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀର ୨୮ ଜଣ ମହିଳାଙ୍କୁ ନେଇ ଏକ ଛତୁ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛତୁଚାଷର ପ୍ରସ୍ତୁତ ପ୍ରଣାଳି ଓ କୌଶଳ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। କରୋନା ମହାମାରୀ ସମୟରେ ସମସ୍ତ ପରିବାର ଆର୍ଥିକ ସମସ୍ୟା ଦେଇ ଗତି କରୁଥିବାବେଳେ ବାଣିଜ୍ୟ ବ୍ୟବସାୟ ପ୍ରାୟ ବନ୍ଦ ହୋଇଯାଇଛି। ତେଣୁ ନିଜର କୌଣଳ ବୃତ୍ତିରୁ ଟିକିଏ ଅଲଗା କିଛି କରି ଅର୍ଥ ଉପାର୍ଜନ କରିବାର ପ୍ରୟାସ ନେଇ ଆରେସେଟି ଲୋକଙ୍କ ପାଖକୁ ଆସିଛି। ୧୦ ଦିନ ଧରି ଚାଲିଥିବା ଏହି ଛତୁଚାଷ ତାଲିମ ଶିବିରରେ ପ୍ରଶିକ୍ଷକ ଭାବରେ ବିବେକାନନ୍ଦ ପଟ୍ଟନାୟକ ଛତୁ ଚାଷର ସମସ୍ତ ପ୍ରଣାଳୀ ଓ କୌଶଳ ସଂପର୍କରେ ତାଲିମ ପ୍ରଦାନ କରିବା ସହିତ ପ୍ରତ୍ୟକ୍ଷ ଛତୁ ପଟାଳି ବନାଇ ଦେଖାଇଥିଲେ।

ସ୍ଥାନୀୟ ସରପଞ୍ଚ ବିଦ୍ୟାଧର ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶିବିରଟି ଶାନ୍ତିପୂର୍ଣ୍ଣ ଭାବରେ ଆୟୋଜନ ହୋଇପାରିଥିଲା। ଉଦଯାପନୀ ଉତ୍ସବରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ତାଲିମ ଶିବିରରେ ସରକାରଙ୍କ କରୋନା ନିୟମକୁ ପାଳନ କରାଯାଇ ସମସ୍ତ ଶିବିରାର୍ଥୀ ସର୍ବଦା ମାସ୍କ ପରିଧାନ କରିବା ଓ ସମାଜିକ ଦୂରତା ରକ୍ଷା କରବା ତାଲିମ ଗ୍ରହଣ କରିଥିଲେ। ଏହାବ୍ୟତୀତ ପ୍ରତ୍ୟେକ ଦିନ ଶିବରକୁ ବିଶୋଧନ କରାଯାଇ ତାଲିମ କାର୍ଯ୍ୟ ପରିଚାଳନା କରାଯାଇଥିଲା। ଆରସେଟି ନିର୍ଦ୍ଦେଶକ ବିଚିତ୍ର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡିପିଏମ ଜିବିକା ମିଶନ ଫ୍ରାନସିସ ବାର୍ଲା ଓ ବିପିଏମ ସତ୍ୟପ୍ରିୟ ବଘାର ପ୍ରମୁଖ ଉପସ୍ଥିତ ରହି ଶିବିରାର୍ଥୀମାନଙ୍କର ମନୋବଳ ବଢାଇଥିଲେ। ଆରସେଟିର ପ୍ରଶିକ୍ଷକ ଅମର ପ୍ରସାଦ ମହାପାତ୍ର,ପ୍ରଶିକ୍ଷକ କାନନ ଖମାରୀ,ସହାୟକ ପ୍ରଶାନ୍ତ ପଣ୍ଡା ଓ ନବଘନ କରଡିଆ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories