www.samajalive.in
Monday, December 8, 2025
13.1 C
Bhubaneswar

ବୌଦ୍ଧ କୋଭିଡ ହସ୍‌ପିଟାଲରେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ୧୦ଟି ଆଇସିୟୁ ନିର୍ମାଣ ପାଇଁ ଅନୁମୋଦନ

ବୌଦ୍ଧ: କରୋନା ସମ୍ଭାବ୍ୟ ତୃତୀୟ ପର୍ଯ୍ୟାୟ ସଂକ୍ରମଣ ପାଇଁ ବୌଦ୍ଧ ଜିଲା ପ୍ରସ୍ତୁତ ହେଉଛି। ତୃତୀୟ ପର୍ଯ୍ୟାୟରେ ସବୁବର୍ଗର ବ୍ୟକ୍ତି ସମେତ ଶିଶୁମାନେ ମଧ୍ୟ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ବୋଲି ବୈଜ୍ଞାନିକ ମାନେ ଆକଳନ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ କୋଭିଡ ହସ୍ପିଟାଲ ପରିସରରେ ପେଡିଆଟ୍ରିକ୍ ଆଇସିୟୁ (ଶିଶୁମାନଙ୍କ ଆଇସିୟୁ) ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୦ଟି ଶିଶୁ ଆଇସିୟୁ ସ୍ଥାପନ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବୌଦ୍ଧ ଜିଲାକୁ ୮୦ ଲକ୍ଷ ଟଙ୍କାର ପାଣ୍ଠି ପ୍ରଦାନ କରିଥିବାବେଳେ ସେହି ପାଣ୍ଠି ଖର୍ଚ୍ଚରେ ଶିଶୁମାନଙ୍କ ପାଇଁ ଆଇସିୟୁ ଶଯ୍ୟା ସ୍ଥାପନ କରାଯିବ ବୋଲି ଜଣାଯାଇଛି। ଆଇସିୟୁ ବେଡ ସ୍ଥାପନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜିଲା ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷଙ୍କୁ ସ୍ଥାନ ନିରୂପଣ କରିବାକୁ କୁହାଯାଇଛି। ସ୍ଥାନ ଚିହ୍ନଟ ହେବା ପରେ ଆଇସିୟୁ ସ୍ଥାପନ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବ ବୋଲି ଜଣାପଡିଛି। ସେହିପରି ଜିଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ମଧ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଆଇସୋଲେସନ ବେଡ ପ୍ରସ୍ତୁତ କରାଯିବ। ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ରକେନ୍ଦ୍ରରେ ଶିଶୁମାନଙ୍କ ପାଇଁ ୧୦ଟି ଲେଖାଏଁ ସ୍ୱତନ୍ତ୍ର ବେଡ ରହିବ। ଏହି ବେଡ ସହ ଅକ୍ସିଜେନ୍ ସିଲିଣ୍ଡର ଓ କନସେନଟ୍ରେଟର ସଂଯୋଗ ରହିବ। ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଶିଶୁମାନଙ୍କ ପାଇଁ ଘାତକ ସାବ୍ୟସ୍ତ ହେବ ବୋଲି ବିଶେଷଜ୍ଞ ମାନେ ଆକଳନ କରୁଥିବା ବେଳେ ଆଇସିୟୁ ସ୍ଥାପନ ବୌଦ୍ଧ ଜିଲା ପାଇଁ ଉପାଦେୟ ସାବ୍ୟସ୍ଥ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଜିଲାରେ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମିର ଯେତେ ବିକାଶ ହେଉଛି ସେହି ଅନୁପାତରେ ତାଲିମପ୍ରାପ୍ତ କର୍ମଚାରୀ ପଦବି ମଧ୍ୟ ପୂରଣ କରାଯିବା ଉପରେ ଗୁରୁତ୍ୱ ଦେବାକୁ ସାଧାରଣରେ ମତପ୍ରକାଶ ପାଉଅଛି। ପ୍ରକାଶଯୋଗ୍ୟଯେ ବୌଦ୍ଧରେ ଅମ୍ଳଜାନ କାରଖାନା ପାଇଁ କେନ୍ଦ୍ର ସରକାର ସହଯୋଗ ଯୋଗାଇଦେଇଥିବାବେଳେ ଏହାର ନିର୍ମାଣ କାର୍ଯ୍ୟ ମଧ୍ୟ ଚାଳୁଅଛି। କାରଖାନାର ପ୍ରାଥମିକ ଭିତ୍ତିଭୂମି କାର୍ଯ୍ୟ ହୋଇସାରିଥିବାବେଳେ ପାଇପଲାଇନ କାମ ଅଟକି ରହିଛି।

 

- Advertisement -

ସୋମବାର ଦିନ ବୌଦ୍ଧ ଜିଲାରେ ୧୧୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜିର ସଂକ୍ରମଣକୁ ମିଶାଇ ଜିଲାରେ କୋଭିଡ ରୋଗୀ ସଂଖ୍ୟା ୧୧ ହଜାର ପାର କରିଛି। ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ସଂକ୍ରମଣ ଯୋଗୁଁ ସଂକ୍ରମଣ ହାର ବହୁ ଜୋରରେ ବଢିବାରେ ଲାଗିଛି। ଏବେଯାଏଁ ଜିଲାରେ ୧୧୦୨୪ ଲୋକ ସଂକ୍ରମଣ ହୋଇସାରିଲେଣି। ସେଥିରୁ ୮୩୪୬ ରୋଗୀ କରୋନା ମୁକ୍ତ ହୋଇ ଘରକୁ ଫେରିଥିବା ବେଳେ ଆହୁରି ୨୬୨୧ ଜଣ କୋଭିଡ ରୋଗୀ ସକ୍ରିୟ ଅଛନ୍ତି। ସରକାରୀ ହିସାବରେ ବୌଦ୍ଧ ଜିଲାରେ କୋଭିଡ ମୃତ୍ୟୁ ସଂଖ୍ୟ।। ୫୭ରେ ପହ ିଛି। ସୋମବାର ବୌଦ୍ଧ ଏନ୍ଏସିରୁ ୧୧ ଜଣ, ବୌଦ୍ଧ ବ୍ଲକରୁ ୫୨, ହରଭଙ୍ଗା ବ୍ଲକରୁ ୨୮ ଜଣ ଏବଂ କ।ମାଳ ବ୍ଲକରୁ ୨୧ ଜଣ ସାମିଲ ଅଛନ୍ତି।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories