www.samajalive.in
Sunday, December 7, 2025
23.1 C
Bhubaneswar

କୋଭିଡ୍‍ ଲଢେଇରେ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତି ଦୂରଦର୍ଶୀ ନେତୃତ୍ୱର ପରିଚୟ : ଧର୍ମେନ୍ଦ୍ର ପ୍ରଧାନ

-କରୋନା ବିରୋଧୀ ଲଢ଼େଇକୁ ଅଧିକ ସୁଦୃଢ଼ କରୁଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ
-୧୮ରୁ ଅଧିକ ବୟସ୍କଙ୍କ ପାଇଁ ମାଗଣାରେ ଟିକା ଦେବ କେନ୍ଦ୍ର ସରକାର
-ବାକି ୨୫ ପ୍ରତିଶତ ଟିକା ଘରୋଇ ହସ୍ପିଟାଲ ଗୁଡ଼ିକୁ ଯୋଗାଇ ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ/ଭୁବନେଶ୍ୱର : ଦେଶବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ନିଆଯାଇଥିବା ସମସ୍ତଙ୍କୁ ମାଗଣା ଟିକା ପ୍ରଦାନ ଏବଂ ପ୍ରଧାନମନ୍ତ୍ରୀ ଗରିବ ଗଲ୍ୟାଣ ଯୋଜନାର ସମ୍ପ୍ରସାରଣ ଭଳି ସମ୍ବେଦନଶୀଳ ନିଷ୍ପତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି।
ଶ୍ରୀ ପ୍ରଧାନ ଟ୍ୱିଟ୍‍ କରିଛନ୍ତି ଯେ କୋଭିଡ଼୍‍ ମହାମାରୀ ବିରୋଧୀ ଏହି ଲଢ଼େଇରେ ପ୍ରଧାନମନ୍ତ୍ରୀ ମୋଦୀ ଜନକଲ୍ୟାଣ ପାଇଁ ନେଇଥିବା ନିଷ୍ପତି ତାଙ୍କ ଦୂରଦର୍ଶୀ ନେତୃତ୍ୱର ପରିଚୟ ଦେଉଛି। କରୋନା ବିରୋଧୀ ଦେଶର ଲଢ଼େଇକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ପାଇଁ ଶ୍ରୀ ପ୍ରଧାନ କୃତଜ୍ଞତା ଜ୍ଞାପନ କରିଛନ୍ତି। ସମସ୍ତଙ୍କୁ ମାଗଣା ଟିକା ଉପଲବ୍ଧ କରାଇବା ଦିଗରେ ସରକାର ଟିକାକରଣ ସହ ଜଡିତ ରାଜ୍ୟମାନଙ୍କ ଦ୍ୱାରା କରାଯାଇଥିବା ୨୫ ପ୍ରତିଶତ କାର୍ଯ୍ୟକୁ ଭାରତ ସରକାର ନିଜ ଦାୟିତ୍ୱରେ ନେବା ପାଇଁ ନିଷ୍ପତି ନେଇଛନ୍ତି।
ଭାରତ ସରକାର ଟିକା ଉତ୍ପାଦନକାରୀଙ୍କ ଠାରୁ ମୋଟ ଟିକା ଉତ୍ପାଦନ ମଧ୍ୟରୁ ୭୫ ପ୍ରତିଶତ ଟିକା ରାଜ୍ୟ ସରକାରଙ୍କୁ ମାଗଣାରେ ଯୋଗାଇ ଦେବେ। ବାକି ୨୫ ପ୍ରତିଶତ ଟିକା ଘରୋଇ ହସ୍ପିଟାଲ ଗୁଡ଼ିକୁ ଦିଆଯିବ।  ଆସନ୍ତା ଜୁନ୍‍ ୨୧ରୁ ଭାରତ ସରକାର ଦେଶର ସବୁ ରାଜ୍ୟରେ ଥିବା ୧୮ ବର୍ଷରୁ ଅଧିକ ନାଗରିକଙ୍କ ପାଇଁ ମାଗଣା ଟିକା ପ୍ରଦାନ କରିବେ।
ଦୁର୍ବଳ ଏବଂ ଗରିବ ଶ୍ରେଣୀର ଲୋକଙ୍କ ପ୍ରତି ସମ୍ବେଦନଶୀଳତା ଏବଂ ଗରିବଙ୍କ କଲ୍ୟାଣ ପାଇଁ ନିଜର ପ୍ରତିବଦ୍ଧତାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ୮୦ କୋଟି ଜନସାଧାରଣଙ୍କ ପାଇଁ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧିକୁ ଦୀପାବଳି ପର୍ଯ୍ୟନ୍ତ ବଢ଼଼ାଇବା ପାଇଁ ନିଷ୍ପତି ନେଇଛନ୍ତି। ଏହା ଦ୍ୱାରା ଦେଶର ଜଣେ ଗରିବ ଉପାସରେ ରହିବ ନାହିଁ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍‍ କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories