www.samajalive.in
Tuesday, December 9, 2025
17.1 C
Bhubaneswar

ବେଆଇନ ଭାବେ ‘ମୋ ସ୍କୁଲ ଅଭିଯାନ’ ସଭାପତି ଚୟନ ଅଭିଯୋଗ

ବୌଦ୍ଧ: କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଗବଜୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁର୍ନୀତି ଦିନକୁ ଦିନ ଦାଣ୍ଡରେ ପଡି ହାଟରେ ଗଡିବାକୁ ଲାଗିଲାଣି ହେଲେ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି। ସୂଚନା ଅନୁସାରେ, ଗତ କିଛି ମାସ ତଳେ ଏହି ବିଦ୍ୟାଳୟ ରେ ‘ମୋ ସ୍କୁଲ ଅଭିଯାନ‘ ଆରମ୍ଭ ହୋଇଥିଲା। ଏଥିରେ ଅଞ୍ଚଳର ପ୍ରିୟ ଶିକ୍ଷକ ଡିଲେ ଗୁରୁ ସଭାପତି ଥିଲେ। ସେ କିଛି ଦିନ ତଳେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ। ତାପରେ ସଭାପତି ପଦଟି ଖାଲି ପଡିଥିଲା। ତେଣୁ ମଂଜୁର ହୋଇଥିବା ଲକ୍ଷାଧିକ ଟଙ୍କା କାମରେ ଲାଗି ପାରି ନଥିଲା।

ଏହି ପଦବୀ ପୂରଣ ନିମନ୍ତେ ସମସ୍ତ ସଭ୍ୟ/ସଭ୍ୟାଙ୍କ ଉପସ୍ତିତିରେ ସଭାପତି ଚୟନର ଆବଶ୍ୟକତା ଥିବାବେଳେ କେଉଁ ମନ୍ଦ ଉଦ୍ଦେଶ୍ୟରେ ହଠାତ ତା ୨୦/୯/୨୧ରିଖରେ ନିଜ ଚାରିଚକିଆ ମୋଟର ଗାଡିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମ୍ଭୁ ଭୂଷଣ ପଣ୍ଡା ଓ ସହକାରୀ ଶିକ୍ଷକ ଲିଙ୍ଗରାଜ ମେହେର ଜଣକୁ ସଭାପତି ବାଛି ଗାଁକୁ ଗାଁ ବୁଲି ଦସ୍ତଖତ ଅଭିଯାନ କରି ସଭ୍ୟ ବହି, ନୋଟିସ ବହି ଇତ୍ୟାଦିରେ ଦସ୍ତଖତ କରାଇବା ଭଳି କାର୍ୟ୍ୟକଳାପ ଅଞ୍ଚଳବାସୀଙ୍କୁ ସନ୍ଦେହ ଘେରକୁ ଟାଣି ଆଣିଛି। ନିୟମ ଅନୁଯାୟୀ ବିଦ୍ୟାଳୟର କୌଣସି ସାଧାରଣ ସଭା କରାଗଲେ ତାହା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସାତ ଦିନ ଆଗରୁ ଜଣାଇବାର ନିୟମ ରହିଛି। କିନ୍ତୁ ସବୁ ନିୟମକୁ ଫୁ କରି ପ୍ରଧାନ ଶିକ୍ଷକ କମ୍ଭୁ ଭୂଷଣ ପଣ୍ଡା ଓ ସହକାରୀ ଶିକ୍ଷକ ଲିଙ୍ଗରାଜ ମେହେର ଏସବୁ କାମ କରୁଥିବାରୁ ଅଞ୍ଚଳବାସୀଙ୍କ ମନରେ ନାହିଁ ନ ଥିବା ଅସନ୍ତୋଷ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ବିଦ୍ୟାଳୟ ପରିଚାଳନା କମିଟି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ନେଇ ଆମେ କଣ୍ଟାମାଳ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଫାଲଗୁନି ମାଝୀଙ୍କ ପ୍ରତିକ୍ରିୟା ନେବାରୁ ସେ ଏହା ଆଦୌ ଠିକ ନୁହେଁ, ଯଦି କିଛି ହୋଇ ଥାଏ, ସେ ଦିଗରେ ତଦନ୍ତ କରି ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories