www.samajalive.in
Sunday, December 7, 2025
18.1 C
Bhubaneswar

ବଦଳିଗଲା ରୂପ : ରହିଗଲା ଛାପ, କାମରେ ଆସୁନି ଘୋଡ଼ା ;​‌ ପିଲା ଖେଳୁଛନ୍ତି

ଚିତ୍ରକୋଣ୍ଡା : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ରୂପ ବଦଳିଗଲା। ସ୍ବାଭିମାନ ଅଞ୍ଚଳରେ ପରିଣତ ହେବା ପରେ ଗୁରୁପ୍ରିୟା ସେତୁ ସଂଯୋଗର ମାଧ୍ୟମ ପାଲଟିଲା। ପାହାଡ଼ ଜଙ୍ଗଲ ଚିରି ସ୍ବାଭିମାନ ଅଞ୍ଚଳରେ ରାସ୍ତା ପହଞ୍ଚିପାରିଲା। ଏହି ସେତୁ ଏବେ ବିକାଶର ମୂକସାକ୍ଷୀ ହୋଇ ଛିଡ଼ା ହୋଇଥିବାବେଳେ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଯୋଗାଯୋଗର ଏକମାତ୍ର ସାହାରା ଘୋଡ଼ା ଏବେ ଦୁର୍ଦିନ ସମୟର ମୂକସାକ୍ଷୀ ହୋଇ ରହିଯାଇଛି। ଅନ୍ୟପକ୍ଷରେ ଏଭଳି ଘୋଡ଼ା ଆଉ ଲୋକଙ୍କ ଗମନାଗମନ କାର୍ଯ୍ୟରେ ଆସୁ ନ ଥିବାବେଳେ ପିଲାମାନେ ଘୋଡ଼ା ଦୌଡ଼ କାର୍ଯ୍ୟରେ ସେଗୁଡ଼ିକୁ ନିୟୋଜିତ କରୁଥିବା ଦେଖିବାକୁ ମିଳୁଛି। କରୋନା କାଳରେ ପାଠପଢ଼ା ବନ୍ଦ ରହିଥିବାବେଳେ ପିଲା ଏବେ ଘୋଡ଼ାରେ ଚଢ଼ି ଖେଳ ବୁଲ କରୁଥିବା ଦେଖିବାକୁ ମିଳୁଛି। ଘୋଡ଼ା ଦୌଡ଼ ପ୍ରତିଯୋଗିତା ବିନା ତାଲିମରେ ଚାଲିଛି। ସ୍ବାଭିମାନ ଅଞ୍ଚଳର ଏଭଳି ଚିତ୍ରକୁ ନେଇ ଏବେ ଚର୍ଚ୍ଚା। କୁନି କୁନି ପିଲା ଘୋଡ଼ା ଧରି ଦୌଡ଼ୁଛନ୍ତି। ମାତ୍ର ୮ରୁ ୧୨ବର୍ଷର ପିଲାମାନେ ବିନା ତାଲିମରେ ଏଭଳି ଘୋଡ଼ା ଦୌଡ଼ କରୁଥିବାବେଳେ ସେମାନଙ୍କ ପିତାମାତା କାମଧନ୍ଦାରେ ବ୍ୟସ୍ତ ରହୁଥିବାରୁ ପିଲାଙ୍କୁ ଆକଟ କରିପାରୁନାହାନ୍ତି । ବିକାଶ ପହଞ୍ଚିବା ପରେ ଅଦରକାରୀ ଘୋଡ଼ା ସବୁ ଏବେ ଏକପ୍ରକାର ପିଲାଙ୍କ ଖେଳନା ଭଳି ପ୍ରତିଯୋଗିତାରେ ବ୍ୟବହୃତ ହେଉଛି। ଯେଉଁ ଅଞ୍ଚଳରେ ରାସ୍ତାଘାଟ ଅଭାବରୁ ଦିନେ ଘୋଡ଼ା ସାହାରା ପାଲଟିଥିଲା ଆଜି ସେହି ଅଞ୍ଚଳରେ ବିକାଶର ଆଲୁଅ ପହଞ୍ଚିବା ପରେ ଘୋଡ଼ା ଅଦରକାରୀ ହୋଇପଡ଼ିଛି। ଲୋକେ ଏବେ ଯାନବାହନ ବ୍ୟବହାର କରିବା ଶିଖିଲେଣି। ଏଣୁ ଦୁଆର ମୁହଁରେ ବନ୍ଧା ହୋଇଥିବା ଘୋଡ଼ାକୁ ପିଲା ଧରି ଦୌଡ଼ୁଥିବା ଦେଖିବାକୁ ମିଳୁଛି ା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories