www.samajalive.in
Monday, December 8, 2025
27.1 C
Bhubaneswar

ବୋଲେରୋ ଧକ୍କାରେ ଯୁବକ ମୃତ

ଗୋପାଳପୁର : ଜାତୀୟ ରାଜପଥ ନଂ ୧୬ର କନିଷି ଗାଁ ଛକଠାରେ ସୋମବାର ରାତି ସାଢେ଼ ୯ ଟାବେଳେ ଏକ ବୋଲେରୋ ଧକ୍କାରେ ମୋଟରସାଇକେଲରେ ଯାଉଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଗତ ଦୁଇଦିନ ମଧ୍ୟରେ ହଳଦିଆପଦର, ଗୋବିନ୍ଦ ନଗର ଛକ ସମେତ କନିଷି ଗାଁ ଛକଠାରେ ତିନି ଜଣଙ୍କ ମୃତ୍ୟୁ ଘଟିଲାଣି ।

ସୋମବାର ରାତି ସାଢେ଼ ୯ ଟାବେଳେ ପଡୋଶୀ ଆନ୍ଧ୍ରପ୍ରଦେଶର ଦୁଇ ଜଣ ଯୁବକ ମୋଟରସାଇକେଲ ଯୋଗେ ବ୍ରହ୍ମପୁରରୁ ଗାଁକୁ ଫେରୁଥିବାବେଳେ କନିଷି ଗାଁ ଛକଠାରେ ଏକ ଦ୍ରୁତଗାମୀ ବୋଲେରୋ ପଛପଟୁ ଧକ୍କା ଦେଇଥିଲା। ଫଳରେ ମୋଟର ସାଇକେଲ ପଛରେ ବସିଥିବା ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୋଟରସାଇକେଲ ଚାଳକ ଆହତ ହୋଇଥିଲେ।

- Advertisement -

ମୃତକ ଜଣଙ୍କ ଆନ୍ଧ୍ରପ୍ରଦେଶ ରାଜ୍ୟର ଶ୍ରୀକାକୁଲମ ଜିଲା କତୁରୁ ଥାନା ଅଧିନସ୍ଥ କୁମାର ଭେଡି ଗ୍ରାମର କେ ମଧୁ ବୋଲି ସୂଚନା ମିଳିଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ରହ୍ମପୁର ବଡ଼ ମେଡିକାଲକୁ ବ୍ୟବଛେଦ ନିମନ୍ତେ ପଠେଇଥିଲା । ମଙ୍ଗଳବାର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories