www.samajalive.in
Thursday, December 11, 2025
26.1 C
Bhubaneswar

ବଲାଙ୍ଗିର ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର: ବଲାଙ୍ଗିର ରେଳ ଉପଭୋକ୍ତା ସଂଘର ନୂତନ କର୍ମକର୍ତା ଚୟନ ପରେ ଆଜି ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସଂଘର ସଭାପତି ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ମାଲପଡ଼ାରେ ଅନୁଷ୍ଠିତ ହୋଇଥିଲା। ସଂଘର ସାଧାରଣ ସଂପାଦକ ନାରାୟଣ ପାଢ଼ୀ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ।

ବଲାଙ୍ଗିର ରେଳ ଷ୍ଟେସନରେ ୨ୟ ଲାଇନ୍‍ ହେବା ପରେ ପ୍ଲାଟଫର୍ମ ୨ ଓ ୩ରୁ ବରିଷ୍ଠ ଓ ବିକଳାଙ୍ଗ ଯାତ୍ରୀମାନଙ୍କୁ ଓଭର୍‍ ବ୍ରିଜରେ ଚଢି ଆସିବାକୁ ଅସୁବିଧା ହେଉଛି। ତେଣୁ ଏକ ଲିଫ୍ଟର ବ୍ୟବସ୍ଥା କରିବା, ଯାତ୍ରୀମାନଙ୍କ ସୁବିଧା ପାଇଁ ଟ୍ରେନ ସମୟସାରଣୀ ଡିସ୍‍ପ୍ଲେ ବୋଡ ସମସ୍ତ ପ୍ଲାଟଫର୍ମରେ ଲଗାଇବା, ଟିକେଟ କାଉଣ୍ଟରରୁ ଷ୍ଟେସନ ପର୍ଯ୍ୟନ୍ତ ଏକ ସେଡ ତିଆରି କରିବା, ମଧ୍ୟ ରାତ୍ର ସମୟରେ ଆସୁଥିବା ଟ୍ରେନ ସମୟରେ ରେଳ ଷ୍ଟେସନ ରାସ୍ତାରେ ରାତ୍ରିକାଳୀନ ପୁଲିସ ପେଟ୍ରୋଲିଂ ପାଇଁ ଟାଉନ ପୁଲିସ ଏବଂ ଜିଆରପି ସହ ସଂଘର ଏକ ପ୍ରତିନିଧି ଦଳ ଆଲୋଚନା କରିବାକୁ ପ୍ରସ୍ତାବ ହୋଇଥିଲା। ବଲାଙ୍ଗିର ନହେଲେ ବଲାଙ୍ଗିର ଦେଇ ଦିଲ୍ଲୀ, ପ୍ରୟାଗରାଜ ଟ୍ରେନ ଚଳାଇବାକୁ ଦାବି କରିବାକୁ ନିଷ୍ପତି ହୋଇଥିଲା। ପୁରୀ -ସମ୍ବଲପୁର ଇଣ୍ଟରସିଟି ଟ୍ରେନକୁ ଟିଟିଲାଗଡ଼ ପର୍ଯ୍ୟନ୍ତ ସଂପ୍ରସାରଣ କରିବାକୁ ଦାବି କରାଯିବାକୁ ସଦସ୍ୟମାନେ ପ୍ରସ୍ତାବ ରଖିଥିଲେ। ସେହିପରି ବଲାଙ୍ଗିର, ସୋନପୁର, ବରଗଡ଼, ଭବାନୀପାଟଣା ଓ ସମ୍ବଲପୁରକୁ ନେଇ ଏକ ରେଳ ଉପଭୋକ୍ତା ସମନ୍ୱୟ କମିଟି ଗଠନ କରିବା ସହ ଏହି ଜିଲାର ସମସ୍ତ ସାଂସଦମାନଙ୍କ ସହ ଆଲୋଚନା କରି ବିଭିନ୍ନ ଦାବି ନେଇ ଏକ ମିଳିତ ଦାବିପତ୍ର ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ପ୍ରଦାନ କରିବାକୁ ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ। ଆଜିର ବୈଠକରେ କୋଷାଧ୍ୟକ୍ଷ ଅଶୋକ କୁମାର ଚାନ୍ଦ, ଅଶୋକ କୁମାର ମିଶ୍ର, ଛବିଲାଲ ବେହେରା, ମନୋରଜଂନ ପୁରୋହିତ, ଯୁଧୀଷ୍ଟିର ମିଶ୍ର, ଦିବାକର ହୋତା ଓ ରୁତୁରାଜ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

Related Articles

Popular Categories