www.samajalive.in
Wednesday, December 10, 2025
14.1 C
Bhubaneswar

ଲୋୟର୍‍ ସୁକତେଲ ଜଳସେଚନ ପ୍ରକଳ୍ପ: ଜମି ଅଧିଗ୍ରହଣ, ଥଇଥାନ ଓ ପୁର୍ନବାସ ନେଇ ଜନଶୁଣାଣି

ବଲାଙ୍ଗିର/ଚୁଡାପାଲି: ଲୋୟର୍‍ ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ ଭୁଣ୍ଡିମୁହାଣ ଗାଁରେ ଜିଲା ପ୍ରଶାସନ ପକ୍ଷରୁ ଏକ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭୁଣ୍ଡିମୁହାଣ ଗାଁରେ ଜମି ଅଧିଗ୍ରହଣ ବିଜ୍ଞପ୍ତି ପ୍ରକାଶ ହେବା ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲୁ ରହିଛି। ଏଥିସହିତ ପୁନର୍ବାସ, ଥଇଥାନ ନେଇ ସର୍ବେକ୍ଷଣ ଏକ ଘରୋଇ ସଂସ୍ଥା ଜରିଆରେ କରାଯାଇଥିଲ। ସଂସ୍ଥା ପକ୍ଷରୁ ଦିଆଯାଇଥିବା ଚିଠା ସର୍ବେକ୍ଷଣ ରିପୋର୍ଟ ଉପରେ ଗାଁ ଲୋକଙ୍କ ଆପତ୍ତି ଅଭିଯୋଗ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା। ସେହି ଅନୁସାରେ ବୁଧୁବାର ଭୁଣ୍ଡିମୁହାଣ ଗାଁରେ ଜନଶୁଣାଣି କରାଯଇଥିଲା।

ଜିଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲାପାଳ(ରାଜସ୍ୱ) ମହେନ୍ଦ୍ର ମହାପାତ୍ର, ଜଳସେଚନ ପ୍ରକଳ୍ପର ଭୂଅର୍ଜନ ଅଧିକାରୀ କୁମାର ନାଗଭୂଷଣ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ନିରଞ୍ଜନ ରାଉତ, ବଲାଙ୍ଗିର ଉପ ଜିଲାପାଳ ଲମ୍ବୋଦର ଧରୁଆ, ବଲାଙ୍ଗିର ତହସିଲଦାର ମଘବାନ ବାଗ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ତୋଫାନ ବାଗ, ଜଳସେଚନ ପ୍ରକଳ୍ପର ଜୋନ୍‍ ଅଧିକାରୀ ନୂତନ ସେଠ, ଭୁଣ୍ଡିମୁହାଣ ସରପଞ୍ଚ ଶ୍ରୀୟା ସାହୁଙ୍କ ସହ ଗାଁ ଲୋକେ ଉପସ୍ଥିତ ଥିଲେ। ଗାଁ ଲୋକେ ଜମି ଅଧିଗ୍ରହଣ ଓ ଥଇଥାନ ଭଳି ବିଭିନ୍ନ ବିଷୟରେ ଜିଲାପାଳ ଓ ପ୍ରକଳ୍ପ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅତିରିକ୍ତ ଜିଲାପାଳ ତଥା ପ୍ରକଳ୍ପ ପୁନର୍ବାସ, ଥଇଥାନର ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହାପାତ୍ର, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଶ୍ରୀ ନାଗଭୂଷଣ ଓ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ରାଉତ ଗାଁ ଲୋକ ଉଠାଇଥିବା ସମସ୍ୟାର ସମାଧାନ ବିଷୟରେ ବୁଝାଇଥିଲେ। ସର୍ବେକ୍ଷଣ ରିପୋର୍ଟରେ ଗାଁ ଲୋକଙ୍କର କୌଣସି ତାକୁ ତର୍ଜମା କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ। ପ୍ରଭାବିତ ପରିବାର ଯେଭଳି ଉପକୃତ ହୋଇପାରିବେ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ଜିଲାପାଳ ଶ୍ରୀ ରାଣା କହିଥିଲେ। ଜନଶୁଣାଣି ଶିବିରରେ ଶେଷରେ ଭୁଣ୍ଡିମୁହାଣ ଗାଁ ଲୋକଙ୍କ ପକ୍ଷରୁ ଘାସିରାମ ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories