www.samajalive.in
Wednesday, December 10, 2025
18.1 C
Bhubaneswar

‘ସଂସ୍କୃତ ଭାଷା ଭାରତର ପରିଚୟ’

ବୋଲଗଡ:ରାଜସୁନାଖଳା ମହାବିଦ୍ୟାଳୟ ନୟାଗଡର ସଂସ୍କୃତ ବିଭାଗ ଓ ସଂସ୍କୃତ ବିକାଶ ପରିଷଦ ଭାରତବର୍ଷମ୍ ନୟାଗଡ ମିଳିତ ଉଦ୍ୟେଗରେ ଏକ ରାଷ୍ଟ୍ରିୟ ଆନ୍ତର୍ଜାତୀୟ ଚର୍ଚ୍ଚା ସତ୍ର ଓ ସଂସ୍କୃତ ସଂଗୋଷ୍ଠୀ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ପୁରୀର ପ୍ରାକ୍ତନ କୁଳପତି ପ୍ରଫେସର ରାଧାମାଧବ ଦାଶ କହିଥିଲେ ଯେ ସଂସ୍କୃତ ଭାଷା ସମସ୍ତ ଭାଷା ମାନଙ୍କର ଜନନୀ ଓ ଏହା ଭାରତର ପରିଚୟ ଅଟେ। ଲୋକଭାଷା ପ୍ରଚାର ସମିତିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ.ସଦାନନ୍ଦ ଦିକ୍ଷୀତ ଯୋଗଦେଇ ସଂସ୍କୃତ ଭାଷାର ସରଳ ପ୍ରୟୋଗ କୌଶଳ ବିଷୟରେ ବୁଝାଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପରିଡା ଅଧ୍ୟକ୍ଷତା କରିବା ସହିତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ମାର୍ଗଦର୍ଶକ ଭାବେ ତିରୁପତି ସଂସ୍କୃତ ବିଦ୍ୟାପୀଠର ସାହିତ୍ୟ ବିଭାଗୀୟ ମୁଖ୍ୟ ଡ.ସତ୍ୟନାରାୟଣ ଆଚାର୍ଯ୍ୟ ଯୋଗଦେଇ ସଂସ୍କୃତ ଭାଷାର ମହତ୍ୱ ବିଷୟରେ ଉପସ୍ଥାପନା କରିଥିଲେ। ସଂସ୍କୃତ ବିକାଶ ପରିଷଦ ନୟାଗଡର ସଭାପତି ତଥା ଶରଣକୁଳ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ବିଜୟ କୁମାର ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସଚିବ ତଥା ଦଶପଲ୍ଲ ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଡ.ରମେଶ ଚନ୍ଦ୍ର ଦାଶ ସମୀକ୍ଷକ ଭାବେ ପତ୍ରବାଚନ ଗୁଡିକର ସମୀକ୍ଷା କରିଥିଲେ। ‘ସଂସ୍କୃତେ ବାଗ୍ନୀତା’ ବିଷୟରେ ଅଧ୍ୟାପିକା ,ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରବନ୍ଧ ପାଠ କରାଯାଇଥିଲା। ସଂସ୍କୃତ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ସୁରମା ଷଡଙ୍ଗୀ କାର୍ଯ୍ୟକ୍ରମର ଉଦେସ୍ୟ ଉପସ୍ଥାପନ କରିବା ସହିତ ବେଦମନ୍ତ୍ର ଗାନ କରିଥିଲେ। ସୁଶ୍ରୀ ଶୋଭନା ଆଚାର୍ଯ୍ୟ ସଂସ୍କୃତରେ ସ୍ବାଗତ ସଂଗୀତ ଗାନ କରିଥିଲେ। ଅଧ୍ୟାପକ ରବିନାରାୟଣ ମହାରଣା ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଧ୍ୟାପିକା ଜୟନ୍ତୀ ପ୍ରଧାନ ଉଦ୍‌ଯାପନୀ ସଙ୍ଗୀତ ଗାନ କରିଥିଲେ। ସଂସ୍କୃତ ବିକାଶ ପରିଷଦର ସହ-ସମ୍ପାଦକ ଅଧ୍ୟାପକ ସନ୍ତୋଷ କୁମାର ସାହୁ ଶାନ୍ତିପାଠ ପୂର୍ବକ ଐକ୍ୟମନ୍ତ୍ର ଗାନ କରିଥିଲେ। ଗୁଗୁଲମିଟ୍ ଦ୍ୱାରା ଉକ୍ତ କାର୍ଯ୍ୟକ୍ରମରେ ଭାରତର ବିଭିନ୍ନ ସ୍ଥାନର ଶହେରୁ ଅଧିକ ସଂସ୍କୃତ ଅନୁରାଗୀ ଭାଗ ନେଇଥିଲେ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories