www.samajalive.in
Tuesday, December 9, 2025
15.1 C
Bhubaneswar

ରାଫେଲ ସମ୍ପର୍କରେ ଲୋକସଭାରେ ଜବାବ ରଖିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧବିମାନ କ୍ରୟ ସମ୍ପର୍କିତ ବିତର୍କର ଉତ୍ତରରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଲୋକସଭାରେ କଂଗ୍ରେସକୁ ତୀବ୍ର ଆକ୍ରମଣ କରିଛନ୍ତି। ନିର୍ମଳା କହିଛନ୍ତି ଯେ କଂଗ୍ରେସ ଏହି ମାମଲାରେ ଦେଶବାସୀଙ୍କୁ ବିଭ୍ରାନ୍ତ କରୁଛି। ୧୨୬ ପରିବର୍ତ୍ତେ କାହିଁକି ୩୬ଟି ବିମାନ କିଣିବା ପାଇଁ ରାଜିନାମା ହେଲା ସେ ନେଇ ଅବାନ୍ତର ଅଭିଯୋଗ ଆଣୁଛି ବୋଲି ନିର୍ମଳା ଅଭିଯୋଗ କରିଛନ୍ତି। ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍‌)କୁ ରାଫେଲ କାରବାରରେ ସମ୍ପୃକ୍ତ ନ କରାଯିବା ସମ୍ପର୍କରେ କଂଗ୍ରେସ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛି ବୋଲି ଅଭିଯୋଗ କରିବା ସହ ନିଜ ସରକାର ସମୟରେ କାହିଁକି କଂଗ୍ରେସ ଏହା କରି ନ ଥିଲା ବୋଲି ନିର୍ମଳା ପ୍ରଶ୍ନ କରିଛନ୍ତି। କେତେ ବିମାନ କିଣାହେବ; ତା’ ଅପେକ୍ଷା ଯଥା ସମୟରେ ଏହା କିଣାଯିବା ଗୁରୁତ୍ବପୂର୍ଣ୍ଣ ବୋଲି ସେ ଦର୍ଶାଇଛନ୍ତି।
ନିର୍ମଳା ଆକ୍ଷେପ କରିଛନ୍ତି ଯେ ଯୁଦ୍ଧବିମାନ କିଣା ପଛକୁ ଥାଉ, ‘ଡିଲ୍‌’ କଂଗ୍ରେସ ପାଇଁ ମହତ୍ତ୍ବପୂର୍ଣ୍ଣ ଥିଲା। ସେଥିପାଇଁ ଭାରତୀୟ ବିମାନ ବାହିନୀର ସମସ୍ୟାକୁ ଭୁଲିଯାଇ ‘ଡିଲ୍‌’ ମାଧ୍ୟମରେ ଟଙ୍କା ହାତେଇବାକୁ କଂଗ୍ରେସ ଉଦ୍ୟମ କରିଥିଲା। ନିଜ ସ୍ବାର୍ଥକୁ ନ ସୁହାଇାରୁ କଂଗ୍ରେସ ବିମାନ କ୍ରୟ ଯୋଜନାକୁ ବନ୍ଦ କରିଦେଇଥିଲା। ‘ପ୍ରତିରକ୍ଷା ବୁଝାମଣାଠାରୁ ବୁଝାମଣାରେ ସୁରକ୍ଷା ଭିନ୍ନ କଥା’ ବୋଲି ନିର୍ମଳା କହିଛନ୍ତି। କଂଗ୍ରେସ ସରକାର ଯାଇତାଇ ମୂଲ୍ୟରେ ମାତ୍ର ୧୮ଟି ଯୁଦ୍ଧବିମାନ କିଣିବା ଯୋଜନା କରିଥିଲେ ବୋଲି ନିର୍ମଳା ଅଭିଯୋଗ କରିବା ସହ ଏନ୍‌ଡିଏ ସରକାର ଉଚିତ ମୂଲ୍ୟରେ ୩୬ଟି ପାଇଁ ବୁଝାମଣା କରିଛନ୍ତି ବୋଲି ଦାବି କରିଛନ୍ତି। ବିମାନ ବାହିନୀ ଦୁଇ ସ୍କ୍ବାଡ୍ରନ୍‌; ଅର୍ଥାତ୍‌ ୩୬ଟି ବିମାନ କିଣିବା ପାଇଁ ଚାହୁଁଥିବାବେଳେ କଂଗ୍ରେସ ସରକାର କାହିଁକି ଜରୁରୀ ଭିତ୍ତିରେ ୧୮ଟି କିଣିବାକୁ ଯୋଜନା କରୁଥିଲେ ବୋଲି ପ୍ରଶ୍ନ କରିବା ସହ ବାସ୍ତବରେ କଂଗ୍ରେସ ସରକାର ଯୁଦ୍ଧବିମାନ ନ କିଣି ଡିଲ୍‌ ମାଧ୍ୟମରେ ଦେଶବାସୀଙ୍କୁ ଭଣ୍ଡେଇବା ଉଦ୍ୟମ କରିଥିଲେ ଓ ବିମାନବାହିନୀର ଆବଶ୍ୟକତାକୁ ଜଳାଞ୍ଜଳି ଦେଇଥିଲା ବୋଲି ନିର୍ମଳା ଅଭିଯୋଗ କରିଛନ୍ତି। ଏ କ୍ଷେତ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ଜାତୀୟ ସୁରକ୍ଷା ପ୍ରସଙ୍ଗ ପ୍ରତି ଗୁରୁତ୍ବ ପ୍ରଦାନ କରିଛନ୍ତି ବୋଲି କହିଛନ୍ତି। ଏହି ଅବସରରେ ସେ ରାହୁଲ ଗାନ୍ଧୀ ପଚାରିଥିବା ସମସ୍ତ ପ୍ରଶ୍ନର ଉତ୍ତର ଗୋଟି ଗୋଟି କରି ପ୍ରଦାନ କରିଛନ୍ତି ଏବଂ ଏହି ମାମଲାରେ ସୁପ୍ରିମକୋର୍ଟ ରାୟ ଉପସ୍ଥାପନ କରିଛନ୍ତି। ଚଳିତ ବର୍ଷ ପ୍ରଥମ ରାଫେଲ ଯୁଦ୍ଧବିମାନ ଭାରତରେ ପହଞ୍ଚିବ ଓ ୨୦୨୨ସୁଦ୍ଧା ସମୟ ବିମାନ ମିଳିଯିବ ବୋଲି ସୀତାରମଣ କହିଛନ୍ତି।
ବିତର୍କ ଶେଷ ପରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୀତାରମଣଙ୍କୁ ବଧାଇ ଜଣାଇଥିବାବେଳେ ରାହୁଲ ଗାନ୍ଧୀ କହିଥିଲେ ଯେ ତାଙ୍କ ପ୍ରଶ୍ନର ଯଥାଯଥ ଉତ୍ତର ପ୍ରତିରକ୍ଷା ମନ୍ତ୍ରୀ ଦେଇ ନାହାନ୍ତି; ବରଂ ସେ ପଳାୟନ କରିଛନ୍ତି। ନିର୍ମଳା ଦୁଇଘଣ୍ଟା କାଳ ତାଙ୍କର ବକ୍ତବ୍ୟ ରଖିଥିଲେ ମଧ୍ୟ ଅନିଲ ଅମ୍ବାନୀଙ୍କ ସମ୍ପର୍କରେ ପଦଟିଏ କହି ନ ଥିଲେ। ତାଙ୍କୁ ରାଫେଲ ବୁଝାମଣା ସମ୍ପର୍କରେ ଅନେକ ପ୍ରଶ୍ନର ଉତ୍ତର ଦେବାର ଥିଲା; କିନ୍ତୁ ସେ ଏସବୁ ଏଡ଼ାଇଯାଇ ଅଭିନୟ କରିଥିଲେ ଏବଂ ଦେଶବାସୀଙ୍କୁ ଭୂଆଁ ବୁଲାଇଥିଲେ ବୋଲି ରାହୁଲ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories