www.samajalive.in
Monday, December 8, 2025
14.1 C
Bhubaneswar

ଏଣିକି କିନ୍ନର କାଟିବେ ପାର୍କିଂ ଚାଲାଣ, ଟିଜି ସ୍ବୀକୃତିକୁ ହସ୍ତାନ୍ତର ହେଲା ସହରର ଦୁଇଟି ପ୍ରମୁଖ ପାର୍କିଂ ଲଟ୍

ଭୁବନେଶ୍ବର: ଆଜି ଏକ ନୂଆ ପଦକ୍ଷେପ ସ୍ବରୁପ ଭୁବନେଶ୍ୱର ମହାନଗର ନିଗମ ଅଗ୍ରଣୀ କିନ୍ନର ସଂଗଠନ ଟିଜି ସ୍ବୀକୃତିକୁ ବିଏମ୍‌ସି କମିଶନର୍ ପ୍ରେମ୍ ଚନ୍ଦ୍ର ଚୌଧରୀ ସହରର ଦୁଇଟି ପ୍ରମୁଖ ପାର୍କିଂ ଲଟ୍ ହସ୍ତାନ୍ତର କରିଛନ୍ତି। ସଂପୃକ୍ତ ସଂଗଠନ ଟିଜି ସ୍ବୀକୃତର ଆବେଦନକୁ ବିଚାରକୁ ନେଇ ଏହି ନିଷ୍ପତି ନେଇଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ। ରାଜମହଲ ଛକରୁ ମାଷ୍ଟର କ୍ୟାଣ୍ଟିନ୍ ଆଡକୁ ଯାଇଥିବା ରାସ୍ତାର ପ୍ରଥମ ବସ୍ ଷ୍ଟପ୍ ନିକଟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଏମସିର ବିଭାଗୀୟ ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ ।

କିନ୍ନର ଅନ୍ତର୍ଭୁକ୍ତିକରଣ ଏବଂ ମୁଖ୍ୟସ୍ରୋତାଭୀମୁଖୀ କରାଇବାର ଆଭିମୁଖ୍ୟ ଏବଂ ରହିଥିବା ସୁଯୋଗ ଅନୁଯାୟୀ ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସାମିଲ କରିବାର ପ୍ରଚେଷ୍ଟା ସ୍ବରୁପ ଏହି ପଦକ୍ଷେପ ନିଆଯାଇଛି । ଏହା ଏକ ରାଜସ୍ବ ଜନିତ କାର୍ଯ୍ୟକ୍ରମ ହୋଇଥିବାରୁ ନିୟମିତ ପ୍ରକ୍ରିୟାରେ ଏହି କାର୍ଯ୍ୟକ୍ରମର ତଦାରଖ କରାଯିବ ।

- Advertisement -

ତେବେ ସ୍ଥିର ହୋଇଥିବା କାର୍ଯ୍ୟକ୍ରମ ଅନୁଯାୟୀ ଦୁଇଟି ପାର୍କିଲଟ୍ ଯାହାକି- ଶ୍ରୀଲେଦର ସୋରୁମରୁ ଅଶୋକା ମାର୍କେଟ ଯେଉଁଥିରେ ଚାରୋଟି ପାର୍କିଂ ସ୍ଥଳୀ ଅନ୍ତର୍ଭୁକ୍ତ । ସେଗୁଡିକ ହେଲା- ଖାଦିମ୍ ସୋରୁମ୍ ସାମ୍ନାରୁ ଶ୍ରୀ ଲେଦର ସୋରୁମ୍ ସାମ୍ନା ପର୍ଯ୍ୟନ୍ତ, ହୋଟେଲ ରୟାଲ ମଡ ଟାଉନରୁ ଆର୍ଯ୍ୟପ୍ୟାଲେସ୍, ଅଶୋକା ମାର୍କେଟରୁ ସିଟି ରେସିଡେନ୍‌ସି, ରୟାଲ ମିଡ୍‌ ଟାଉନ୍ ସାମ୍ନାରୁ ନାରାୟଣ ଆୟୁର୍ବେଦ ଭବନ ସୋରୁମ୍ ଅଶୋକ ନଗର ପର୍ଯ୍ୟନ୍ତ।

ସେହିପରୁ ଦ୍ବିତୀୟ ପାର୍କିଂ ଲଟ୍ ହେଲା ମାଷ୍ଟର କ୍ୟାଟିନ୍ ଛକଠାରୁ ଶ୍ରୀୟାଛକ ପର୍ଯ୍ୟନ୍ତ । ଏଥିରେ ଥିବା ପାର୍କିଂ ସ୍ଥାନ ଗୁଡିକ ହେଲା- ହୋଟେଲ୍ ସ୍ବସ୍ତି ବୀପରିତ ପାର୍ଶ୍ବରେଥିବା ଖାରବେଳ ନଗରର ସ୍ଥାନ, ଇପାରୀ ସଦାଶିବ ଜୁଏଲାରୀ ଠାରେ ଥିବା ଖାରବେଳ ନଗର ଅଫଷ୍ଟ୍ରିଟ୍ ପାର୍କିଂ ସ୍ଥଳୀ, ନରୁଲା ଜେନେରାଲ୍ ଷ୍ଟାର୍ ସମୁଖରୁ ପିସି ଚାନ୍ଦ ପର୍ଯ୍ୟନ୍ତ ଖାରବେଳ ନଗର ଅଫଷ୍ଟ୍ରିଟ୍ ପାର୍କଂ, ଗୋଦାବରୀଶ ସାହିତ୍ୟ ସଂସଦ ସାମ୍ନାରେ ଥିବା ଖାରବେଳ ନଗର ଅଫ୍ ଷ୍ଟ୍ରିଟ୍ ପାର୍କିଂ ଏବଂ ହୋଟେଲ୍ କେଶରୀ ସମୁଖସ୍ଥ ଖାରବେଳ ନଗର ଅନ୍ ଷ୍ଟ୍ରିଟ୍ ପାର୍କିଂ ସ୍ଥଳୀ।

ତେବେ ଏହି ପାର୍କିଂ ଲଟ୍ ଗୁଡିକ ଦୁଇମାସ ପାଇଁ ପରୀକ୍ଷା ମୂଳକ ଭାବେ ଦିଆଯାଇଛି ବୋଲି କହିଛନ୍ତି ଡେପୁଟି କମିଶନର ରାଜସ୍ବ ଶ୍ରୀମନ୍ତ ମିଶ୍ର । ପ୍ରଥମ ପାର୍କିଂ ଲଟ୍ ପାଇଁ ମାସିକ ଦେୟ ଟ. ୨, ୨୩, ୦୦୦ ଏବଂ ଦ୍ବିତୀୟ ପାର୍କିଂ ଇଟ୍ ପାଇଁ ମାସିକ ୧,୪୬,୦୮ ରହିଛି ।ସଂପୃକ୍ତ ସଂସ୍ଥା ଏହି ଦେୟ ବିଏମ୍‌ସିକୁ ଗୋଟିଏ ମାସ ପୁରିବାର ପରବର୍ତ୍ତୀ ମାସର ପ୍ରଥମ ସପ୍ତାହରେ ଭରଣାକରିବେ। ଏଥିପାଇଁ ଟିଜି ସୀକୃତି ଟ.୭,୩୮୦/- ସିକ୍ୟୁରିଟି ଡିପୋଜିଟ୍ ହୋଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories