www.samajalive.in
Saturday, December 6, 2025
16.1 C
Bhubaneswar

ବରିଷ୍ଠ ନାଗରିକଙ୍କ ପାଇଁ ବିଏମ୍‌ସିର ସ୍ବତନ୍ତ୍ର ଯୋଜନା, ଘରୁ ହେବ ସ୍ବାବ ସଂଗ୍ରହ, ଟିକାକରଣ ଲାଗି ନିଆଯିବ ପଦକ୍ଷେପ

ଭୁବନେଶ୍ବର: କୋଭିଡ୍ ଦ୍ବିତୀୟ ଲହର ମୁକାବିଲା ସମ୍ବନ୍ଧୀୟ ପଦକ୍ଷେପ ସମ୍ପର୍କରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) କମିଶନର ସଞ୍ଜୟ କୁମାର ସିଂହ କହିଥିଲେ ଯେ ଆମ୍ଭେମାନେ ବର୍ତ୍ତମାନ ଏକ ଗଭୀର ସମସ୍ୟା ମଧ୍ୟରେ ଗତି କରୁଛନ୍ତି। କରୋନା ଭଳି ଏକ ଆଦେଖା ଶତ୍ରୁ ସହ ଲଢେଇ କରୁଛନ୍ତି। ଆପଣମାନଙ୍କ ସହଯୋଗ ଏହି ଲଢେଇକୁ ଫଳପ୍ରସୂ କରିବ। କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ସୂଚନା ଓ ଡାକ୍ତରୀ ପରାମର୍ଶ ଦେବା ପାଇଁ ୧୯୨୯ କଲ୍ ସେଣ୍ଟରକୁ ଆହୁରି ସୁଦୃଢ କରାଯାଇଛି। ଏଥିରେ ଥିବା ୨୫ ଟି ଲାଇନ ସହ ବର୍ତ୍ତମାନ ଆଉ ୫ଟି ଲାଇନ ଯୋଡା ଯାଇଛି। ଏକାକୀ ରହୁଥିବା ୬୦ ବର୍ଷ ବୟସରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକଙ୍କର କରୋନା ପରୀକ୍ଷା, ଚିକିତ୍ସା ଏବଂ ଟିକାକରଣ ଆଦି ନିମନ୍ତେ ବିଶେଷ ବ୍ୟବସ୍ଥା କରାଯାଉଛି। ଏହି ବରିଷ୍ଠ ନାଗରିକମାନେ ୧୯୨୯ର ସାହାଯ୍ୟ ନେଇପାରିବେ। ସେମାନଙ୍କ ଠାରୁ ମୋବାଇଲ ଭ୍ୟାନ ମାଧ୍ୟମରେ ସ୍ବାବ ସଂଗ୍ରହ କରାଯିବ ଏବଂ ଟିକାକରଣ ନିମନ୍ତେ ମଧ୍ୟ ଆବଶ୍ୟକ ସହଯୋଗ ଯୋଗାଇଦିଆଯିବ ବୋଲି କମିଶନର ଶ୍ରୀ ସିଂହ କହିଥିଲେ। ଏହି ବ୍ୟବସ୍ଥା ଆସନ୍ତା ସୋମବାର ଠାରୁ କାର୍ୟ୍ୟକାରୀ କରାଯିବା ନିମନ୍ତେ ପଦକ୍ଷେପ ନିଆଯାଇଛି। ଏହା ବ୍ୟତୀତ ଭୁବନେଶ୍ବରରେ ବିଭିନ୍ନ କୋଭିଡ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବଢାଇବାର ବ୍ୟବସ୍ଥା କରାଯାଉଛି । ୧୯୨୯ କଲ୍ ସେଣ୍ଟର ବ୍ୟବସ୍ଥାକୁ ୨୪ x ୭ ଭିତ୍ତିରେ ଅଧିକ କାର୍ୟ୍ୟକ୍ଷମ କରାଯାଇଛି। ଭୁବନେଶ୍ବର ଜନସାଧାରଣ ଏହି କଲ୍ ସେଣ୍ଟର ସେବାର ସୁଯୋଗ ନେବାକୁ ବିଏମସି କମିଶନର ଶ୍ରୀ ସିଂହ କହିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories