ବୁର୍ଲା : ଓଡିଶା ସରକାରୀ ଆଉଟ୍ ସୋର୍ସିଂ କର୍ମଚାରୀ ମହାସଂଘ ଶାଖା ଭୀମସାର ବୁର୍ଲା ତରଫରୁ ବୁର୍ଲା ରକ୍ତଭଣ୍ଡାର ଠାରେ ଜୀବନ ବିନ୍ଦୁ ସହଯୋଗରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ କାଳିଆ କୃଷି କୃଷକ ସଶକ୍ତି କରଣ ବିଭାଗର ଉପଦେଷ୍ଟା ତଥା ବିଜେଡ଼ି ରାଜ୍ୟ ମୁଖପାତ୍ର ତଥା ମା’ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ କୁମାର ବାବୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜୀବନବିନ୍ଦୁ ଜିଲ୍ଲା ସଂଯୋଜିକା କବିତା ପୁରୋହିତ, ଜିଲ୍ଲା ବିଜେଡି ମହିଳା କାର୍ଯକାରୀ ସଭାନେତ୍ରୀ ଉଷା ପ୍ରଧାନ, ଜିଲ୍ଲା ବିଜେଡି ସମ୍ପାଦକ ଆର. ଏ ଶିବ କୁମାର, ଶାନ୍ତିଲତା କର, ବରିଷ୍ଠ ନେତା ସତ୍ୟେନ୍ଦ୍ର କୁମାର ଦାଶ, ଦୁଲାଲ ଚନ୍ଦ୍ର ରାୟ, ଉମା ଅଗ୍ରୱାଲ, ଦୀପକ ବେଦୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସୁଦାମ ମେହେର, ସମୀର ନାୟକ, ଅନିଲ ଦୀପ, ଜୟପ୍ରକାଶ ବାରିକ, ରାଜୁ ଦୀପ, ସୁରେନ୍ଦ୍ର ସାମଲ, ମାନସରଞ୍ଜନ ପାତ୍ର, ଆରତୀ ପଣ୍ଡା, ଅହଲ୍ୟା ପାତ୍ର, ମମିତା ସାହୁ ପ୍ରମୁଖ ସହଯୋଗ କରିଥିଲେ ।
ଆଉଟ୍ ସୋର୍ସିଂ କର୍ମଚାରୀ କହିବା ଅନୁଯାୟୀ ବୁର୍ଲା ମେଡିକାଲ ହେଉଛି ପଶ୍ଚିମ ଓଡ଼ିଶାର ପ୍ରାଣ କେନ୍ଦ୍ର ଓ ପଶ୍ଚିମ ଓଡ଼ିଶାବାସୀ ଏହି ମେଡିକାଲ ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରନ୍ତି । ଆଉ ପ୍ରତ୍ୟେକ ଦିନ ରକ୍ତ ପାଇଁ ଲୋକ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ କରି ଏହି ଆଉଟ୍ ସୋର୍ସିଂ କର୍ମଚାରୀ ମାନେ ପ୍ରତେକ୍ ତିନି ରୁ ଚାରି ମାସ ବ୍ୟବଧାନରେ ରକ୍ତ ଦାନ ଶିବିର ଆୟୋଜନ କରୁଛନ୍ତି । ଆଉ ବାହାରୁ ଆସୁଥିବା ଅସହାୟ ଲୋକଙ୍କୁ ମଧ୍ୟ ସମୟ ସମୟରେ ରକ୍ତ ଯୋଗାଇ ପାରୁଛନ୍ତି। ଏହି ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ସମୟରେ ବୁର୍ଲା ରକ୍ତ ଭଣ୍ଡାର ଜନ ସହାୟକ ଅଧିକାରୀ ଦେବାଶିଷ ମିଶ୍ର ଯଥା ସମ୍ଭବ ସାହାଯ୍ୟ କରିଛନ୍ତି। ତେଣୁ କରି ଏହି ରକ୍ତ ଦାନ ଶିବିର ଆୟାଜକ ସୁଦାମ ମେହେର ଓ ସମୀର ନାୟକ ଦେବାଶିଷ ମିଶ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶିବିରରେ ସମୁଦାୟ ୩୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।



