www.samajalive.in
Sunday, December 7, 2025
26.1 C
Bhubaneswar

ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ଓ ଶିଶୁ ବିକାଶ ପାଣ୍ଠି ପକ୍ଷରୁ ରକ୍ତଦାନ ଶିବିର ଓ ମାସ୍କ ବଣ୍ଟନ

ବେଗୁନିଆ: ବେଗୁନିଆ ବ୍ଲକ ବାଘମାରି ପଞ୍ଚାୟତ ଅନ୍ତର୍ଗତ ଅଟ୍ରିସ୍ଥିତ ହଟକେଶ୍ୱର ଦେବ ମନ୍ଦିର ପ୍ରାଙ୍ଗଣରେ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ଓ ଦୈନିକ ଖବରକାଗଜ ନିତିଦିନ ପକ୍ଷରୁ ରକ୍ତଦାନ ଶିବିର ଓ ମାସ୍କ ବଣ୍ଟନ କରାଯାଇଥିଲା । ଏଥିରୁ ମୋଟ ୨୧ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏଥିରେ ବେଗୁନିଆ ଗୋଷ୍ଠୀ ଶିକ୍ଷାଧିକାରୀ ବିଷ୍ଣୁ ପ୍ରସାଦ ମିଶ୍ର, ଏବିଇଓ ଦିଲ୍ଲୀପ ମହାପାତ୍ର, ଶିକ୍ଷାବିତ ରାଜ କିଶୋର ପାଣିଗ୍ରାହୀ ଓ ସମାଜସେବୀ ଦିଲୀପ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମେ ସମ୍ପାଦକ ରବୀନ୍ଦ୍ର ନାଥ ସାହୁ,ଅଖିଳେଶ ମହାପାତ୍ର ରକ୍ତଦାନ କରି ଶିବିରର ଶୁଭାରମ୍ଭ କରିଥିଲେ । ସଦସ୍ୟ ଖୋର୍ଦ୍ଧା ବ୍ଲଡ଼ ବ୍ୟାଙ୍କ ଡାକ୍ତର ବିଷ୍ଣୁପ୍ରିୟା ସାହୁ, ଲାଵଟେକ୍ନିସିଆନ ଅରୁଣ କୁମାର ସାହୁ, ଝୁନୁଲତା ସାହୁ ଓ ସହାୟକ ଅମିତା ନାୟକ ପ୍ରମୁଖ ରକ୍ତ ସଂଗ୍ରହ କରିଥିବା ବେଳେ ସାମ୍ବାଦିକ ଯୋଗେଶ୍ୱର ପଣ୍ଡା ପରିଚାଳନା କରିଥିଲେ ।ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ଓ ଶିଶୁ ବିକାଶ ପାଣ୍ଠିର ସଦସ୍ୟ ପଠାଣି କୁମାର ସାହୁ, ସନ୍ତୋଷ ମହାପାତ୍ର, ସୁଜାତା ସାହୁ, ଝୁନୁଵାଳା ପୃଷ୍ଟି ପ୍ରମୁଖ ସହଯୋଗ କରିଥିଲେ । ପରେ ମନ୍ଦିରର ସମସ୍ତ ସେବାୟତ ଓ ରକ୍ତଦାତାମାନଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories