www.samajalive.in
Monday, December 8, 2025
14.1 C
Bhubaneswar

ମଧ୍ୟପ୍ରଦେଶରେ ବ୍ଲାକ ଫଙ୍ଗସ ମହାମାରୀ ଘୋଷିତ ; କରୋନା ରୋଗୀ ଭଳି ରଖାଯିବ ରେକର୍ଡ

ଭୋପାଳ : କରୋନା ସଂକ୍ରମଣ ମଧ୍ୟରେ ବ୍ଲାକ ଫଙ୍ଗସ ଧିରେ ଧିରେ ଭୟର ବାତାବରଣ ସୃଷ୍ଟି କରୁଛି। ଦେଶରେ କେତେକ ସ୍ଥାନରେ ଏହା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ନିୟମିତ ହଜାର ହଜାର ଲୋକେ ଏଥିରେ ସଂକ୍ରମିତ ହେଉଛନ୍ତି। କେତେକ ରାଜ୍ୟରେ ଏହାକୁ ମହାମାରୀ ବୋଲି ଘୋଷଣା କରାଯାଇଛି। ମଧ୍ୟପ୍ରଦେଶ ସରକାର ମଧ୍ୟ ଏହି ରୋଗକୁ ମହାମାରୀ ବୋଲି ଘୋଷଣା କରିଛନ୍ତି। ସରକାର ଏବେ ଏଥିରେ ଆକ୍ରାନ୍ତ ହେଉଥିବା ରୋଗୀ ଓ ମୃତକଙ୍କ ରେକର୍ଡ ରଖିବେ ବୋଲି ନିଷ୍ପତ୍ତି ଗ୍ରହଣ କରିଛନ୍ତି।
ମଧ୍ୟପ୍ରଦେଶରେ ଏହି ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖାଯାଉଛି। ରାଜ୍ୟରେ ଏଯାଏଁ ୧୦ ଜଣଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ଅନେକ ଲୋକେ ଏବେ ଏହି ରୋଗ ସହ ଲଢୁଛନ୍ତି। ବ୍ଲାକ ଫଙ୍ଗସର ରୋଗୀଙ୍କ ମଧ୍ୟରେ ଅଧିକାଂଶ ନିକଟରେ କରୋନାରୁ ଠିକ ହୋଇ ଘରକୁ ଫେରିଥିବା ରୋଗୀ ରହିଛନ୍ତି। ଏହି କାରଣରୁ ତାଙ୍କୁ ପୁନଃ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡୁଛି। ମହାରାଷ୍ଟ୍ରରେ ବ୍ଲାକ ଫଙ୍ଗସର ସବୁଠାରୁ ଅଧିକ ମୃତ୍ୟୁକୁ ଦୃଷ୍ଟିରେ ରଖି କିଛିଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟ ମାନଙ୍କୁ ଚିଠି ଜରିଆରେ ଏହି ରୋଗକୁ ମହାମାରୀ ଘୋଷଣା କରିବା ପାଇଁ କହିବା ପରେ ରାଜସ୍ଥାନ, ହରିୟାଣା, ଉତ୍ତରପ୍ରଦେଶ ସରକାର ଏହାକୁ ମହାମାରୀ ଘୋଷଣା କରି ସାରିଛନ୍ତି। କରୋନାରୁ ଠିକ ହେବା ପରେ ଏହି ରୋଗରେ ଆକ୍ରାନ୍ତ ହୋଇ ପୁଣି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେଉଛନ୍ତି। ଦେଶରେ ଏଥିରେ ୧୦୦ରୁ ଅଧିକ ମୃତ୍ୟୁ ହୋଇସାରିଛି। ମହାରାଷ୍ଟ୍ର,ରାଜସ୍ଥାନରେ ବ୍ଲାକ ଫଙ୍ଗସର ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ୯୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ହରିୟାଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଏହି ରୋଗର ଔଷଧ ବଜାରରେ ଉପଲବ୍ଧ। ଔଷଧ ଆସିବା ପରେ ରୋଗୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ମାତ୍ର ସମସ୍ତ ମାର୍କେଟରେ ଏହି ଔଷଧ ନାହିଁ। ସ୍ୱତନ୍ତ୍ର କମ୍ପାନୀ ଖୁବ ଶୀଘ୍ର ସାରା ଦେଶରେ ଏହାକୁ ଉପଲବ୍ଧ କରାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories