www.samajalive.in
Monday, December 8, 2025
13.1 C
Bhubaneswar

ଡମପଡା ବ୍ଲକର ୬ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ

ବାଙ୍କୀ : ଡମପଡା ବ୍ଲକ ଅନ୍ତର୍ଗତ ଶିମିଳିପୁର, ହରିରାଜପୁର, ବିଲିପଡା, ରଗଡି, ଗୋପାଳପୁର, ଦୁର୍ଗାପୁର, ଢଁସର, ତୂଳସୀପୁର ଓ ନରଗାଙ୍ଗ ଗ୍ରାମପଞ୍ଚାୟତର ୬ଟି କେନ୍ଦ୍ରରେ ବୁଧବାର ଦିନ ପର୍ଯ୍ୟାୟକ୍ରମେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନକରାଯାଇଛି । ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ରଗଡି ପଞ୍ଚାୟତର ସରକାରୀ ବି.ଏସ୍ ନୋଡାଲ ହାଇସ୍କୁଲ ପରିସରରେ ଗୋପାଳପୁର ଓ ରଗଡି ପଞ୍ଚାୟତର ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଡିଓ ଶ୍ୟାମଳ କୁମାର ରାୟ, ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର, ଜିଲ୍ଲାପରିଷଦ ସଦସ୍ୟ ତ୍ରିଲୋଚନ ରାଉତ, ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତ,ସ୍ଥାନୀୟ ସରପଞ୍ଚ ଖଗେନ୍ଦ୍ର ସେଠୀ, ସମିତି ସଭ୍ୟ ପ୍ରତିମା ବେହେରା ଏବଂ ଅଜିତ କୁମାର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ। ସେହିପରି ଆଜି ନରଗାଙ୍ଗ ୟୁଜିଏମଇ ସ୍କୁଲ,ଢଁସର ୟୁଜିଏମଇ ନୋଡାଲ ସ୍କୁଲ, ରାମଚନ୍ଦ୍ରପୁର ନୋଡା ୟୁଜିଏମଇ ସ୍କୁଲ ଏବଂ ହରିରାଜପୁର ଆରସି ପଣ୍ଡା ୟୁଜିଏମଇ ସ୍କୁଲରେ ଶିମିଳିପୁର, ହରିରାଜପୁର ଓ ବିଲିପଡା ପଞ୍ଚାୟତ ପାଇଁ ବିଧାୟକ ସ୍ମାଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories