୩୭୦ଧାରା ଉଚ୍ଛେଦ ପ୍ରସଙ୍ଗ : ବିଜେପି ପକ୍ଷରୁ ଦେଶବ୍ୟାପୀ ୩୭୦ଟି ସ୍ଥାନରେ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ସରକାରଙ୍କ ୩୭୦ଧାରା ଉଚ୍ଛେଦ ସଂକ୍ରାନ୍ତରେ ଲୋକମାନଙ୍କୁ ଅବଗତ କରାଇବା ପାଇଁ ବିଜେପି ମାସେ ବ୍ୟାପୀ ସାରା ଦେଶରେ ଗଣଯୋଗାଯୋଗ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଦଳର ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକମାନଙ୍କୁ କହିଛନ୍ତି ଆସନ୍ତାମାସ ପହିଲାରୁ ଏହି ଅଭିଯାନ ଆରମ୍ଭ ହେବ। ସେ କହିଛନ୍ତି ରାଜ୍ୟ ରାଜଧାନୀଗୁଡ଼ିକ ସମେତ ୩୫ଟି ସ୍ଥାନରେ ବଡବଡ ର‍୍ୟାଲି ଆୟୋଜନ କରାଯିବ।

Pic courtesy : The Sentinel

ଜାମ୍ମୁ-କାଶ୍ମୀର ଓ ଲଦାଖର ୭ଟି ସମେତ ୩୭୦ଟି ସ୍ଥାନରେ ଦେଶବ୍ୟାପୀ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଶ୍ରୀ ପ୍ରଧାନ କହିଛନ୍ତି ୩୭୦ଧାରା ଦେଶର ହିତସାଧନ କରିବ। ସୂଚନାଯୋଗ୍ୟ, ଚଳିତମାସରେ ୩୭୦ଧାରା ଉଚ୍ଛେଦ ପାଇଁ ଐତିହାସିକ ନିଷ୍ପତ୍ତି ନିଆଯାଇଛି ଏବଂ ଭାରତ ସରକାରଙ୍କର ସବୁ ଯୋଜନାଗୁଡ଼ିକ ଜାମ୍ମୁ-କାଶ୍ମୀରରେ ଏଣିକି କାର୍ଯ୍ୟକାରୀ କରାଯିବ ବୋଲି ସେ
କହିଛନ୍ତି।

Comments are closed.