ନିଲମ୍ବିତ ହେଲେ ବିଜେପିର ୫ ନେତା

ଦଳବିରୋଧୀ କାର୍ଯ୍ୟ କାରଣରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ ପୂର୍ବତନ ମେୟର ପ୍ରାର୍ଥିନୀ ସୁନୀତି ମୁଣ୍ଡଙ୍କୁ ଦଳରୁ ନିଲମ୍ବନ କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୂPନା ଦେଇଛି।

ସେହିପରି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ପୂର୍ବତନ ଖୋର୍ଦ୍ଧା ଜିଲା ସଭାପତି ନିକୁଞ୍ଜ ପଟ୍ଟନାୟକ, ଜିଲା ସଂପାଦକ  ବିଦ୍ୟୁତ କାଣ୍ଡି, ଖୋର୍ଦ୍ଧା ଜିଲା କୃଷକ ମୋର୍ଚ୍ଚା ସଭାପତି ତାପସ ଜେନା, ଅନୁସୁଚିତ ଜାତି ମୋର୍ଚ୍ଚା ଖୋର୍ଦ୍ଧା ଜିଲା ସଭାପତି ଶିବ ମଲ୍ଲିକ ଏବଂ କାର୍ଯ୍ୟକର୍ତା ଧନେଶ୍ୱର ବାରିକଙ୍କୁ ଦଳରୁ ନିଲମ୍ବନ କରାଗଲା ବୋଲି ରାଜ୍ୟ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

Comments are closed.