www.samajalive.in
Saturday, December 6, 2025
26.1 C
Bhubaneswar

ହିନ୍ଦୁଧର୍ମକୁ ‘ହିଂସ୍ର’ କହି ଅଡ଼ୁଆରେ ଉର୍ମିଳା, ମାମଲା ରୁଜୁ

ମୁମ୍ବଇ : ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ବଲିଉଡ଼ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ନାଁରେ ହିନ୍ଦୁଙ୍କ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ବିଜେପି ନେତା ସୁରେଶ ନଖୁଆ ଉର୍ମିଳାଙ୍କ ବିରୋଧରେ ଫୌଜଦାରୀ ଅଭିଯୋଗ କରିଛନ୍ତି। ସୁରେଶଙ୍କ କହିବା ଅନୁସାରେ, ଉର୍ମିଳା ଏକ ଟିଭି ଶୋ’ରେ ହିନ୍ଦୁଧର୍ମ ଦୁନିଆର ସବୁଠାରୁ ହିଂସ୍ର ଧର୍ମ ବୋଲି ଅଭିହୀତ କରିଥିଲେ। ଏପରି କହି ସେ ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛନ୍ତି ବୋଲି ସେ କହିଛନ୍ତି। ଏହାସହିତ ସେ ଅଭିଯୋଗ ପତ୍ରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଜଣେ ସାମ୍ବାଦିକଙ୍କ ନାଁ ମଧ୍ୟ ଯୋଡ଼ିଛନ୍ତି।

ଉର୍ମିଳା ଏକ ସାକ୍ଷାତକାରରେ କହିଥିଲେ, “ଯେଉଁ ଧର୍ମ ନିଜର ସହିଷ୍ଣୁତା ଗୁଣ ପାଇଁ ପରିଚିତ ଥିଲା, ତାହା ବର୍ତ୍ତମାନ ସବୁଠାରୁ ହିଂସ୍ର ଧର୍ମ ପାଲଟି ଯାଇଛି। ନରେନ୍ଦ୍ର ମୋଦୀ ସରକାରଙ୍କ ଏହି ୫ ବର୍ଷର ଶାସନକାଳକୁ ମୁଁ ସବୁଠୁ ଅଧିକ ଘୃଣା କରେ। ଭାରତରେ ବାକ୍‍ ସ୍ୱାଧୀନତାର ସମ୍ପୂର୍ଣ୍ଣ ଅଭାବ ରହିଛି। ଦେଶ ଅରାଜକତାର ସ୍ଥିତି ଆଡ଼କୁ ଅଗ୍ରସର ହେଉଥିବା ବେଳେ ଲୋକଙ୍କୁ ଲାଗୁଛି କି ହିଂସା ହିଁ ଏକମାତ୍ର ରାସ୍ତା”।

- Advertisement -

ଉଲ୍ଲେଖଯୋଗ୍ୟ, ଉର୍ମିଳା ଚଳିତ ବର୍ଷ ଲୋକସଭା ନିର୍ବାଚନରେ ଉତ୍ତର ମୁମ୍ବାଇ ଆସନରୁ ନିର୍ବାଚନ ଲଢୁଛନ୍ତି। ପୂର୍ବରୁ ଏହି ଆସନରୁ ଗୋବିନ୍ଦା ମଧ୍ୟ କଂଗ୍ରେସ ତରଫରୁ ନିର୍ବାଚନ ଲଢିଥିଲେ। ଗୋବିନ୍ଦା ୨୦୦୪ ଲୋକସଭା ନିର୍ବାଚନରେ ଏହି ଆସନରେ ୫ଥର ସାଂସଦ ହୋଇଥିବା ରାମ ନାଇକଙ୍କୁ ହରାଇଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories