www.samajalive.in
Friday, December 12, 2025
19.1 C
Bhubaneswar

୩୧ ପର୍ଯ୍ୟନ୍ତ ଚାଲିବ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର : ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଗାନ୍ଧୀଜୟନ୍ତୀରୁ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରାର ଅବଧିକୁ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ପଦଯାତ୍ରା ପ୍ରତି ଜନସାଧାରଣଙ୍କ ଆଗ୍ରହକୁ ଗୁରୁତ୍ବ ଦେବା ସହ ପଦଯାତ୍ରାର ଉଦେଶ୍ୟ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟ ରଖି ଶ୍ରୀ ପଟ୍ଟନାୟକ ଏହାର ଅବଧି ବୃଦ୍ଧି କରିଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପଦଯାତ୍ରା ଗାନ୍ଧୀଜୟନ୍ତୀରୁ ୧୧ ତାରିଖ ପର୍ଯ୍ୟନ୍ତ କରାଯିବାକୁ ସ୍ଥିର ହୋଇଥିଲା। ମଝିରେ ପୂଜା ପଡୁଥିବାରୁ ପଦଯାତ୍ରାର ସମୟ ବଢ଼ାଇବାକୁ ଦଳର ଜିଲା ସଭାପତି, ଜିଲା ପର୍ଯ୍ୟବେକ୍ଷକ ଓ ଦଳର କାର୍ଯ୍ୟକର୍ତ୍ତାମାନେ ୧ ତାରିଖରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦେଇଥିଲେ। ପଦଯାତ୍ରା ସମୟରେ ଦଳର ନେତା ଓ କର୍ମୀମାନେ ବିଜେଡି ସରକାର ସମୟରେ ରାଜ୍ୟର ବିକାଶ ସହ ‘ମୋ ସରକାର’ ଓ ୫-ଟିର ଉପକାରିତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରୁଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories