www.samajalive.in
Saturday, December 6, 2025
26.1 C
Bhubaneswar

ଦେଓଗାଁ: ଶୁଲିଆ ପୀଠରେ ବିଜେଡ଼ି କର୍ମୀ ସମାବେଶ

ଦେଓଗାଁ: ଦେଓଗାଁ ବ୍ଳକ ୧୩ ନମ୍ବର ଜୋନର ବିଜେଡି କର୍ମୀଙ୍କୁ ନେଇ କୁଲୁତାପଡା ସ୍ଥିତ ଶୁଲିଆ ପୀଠର ବିଜାମୁଣ୍ଡା ଏମାଇପି ନିକଟରେ ମଙ୍ଗଳବାର ୬ଟି ପଞ୍ଚାୟତର ବିଜେଡ଼ି କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମୀ ସମାବେଶକୁ ବ୍ଳକ ସଭାପତି ସୁଶୀଳ ଚାନ୍ଦ ସଭାପତିତ୍ୱ କରିଥିଲେ। ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରେ ଗତ ନିର୍ବାଚନରେ ବିଜେଡି ବିଧାୟକ ପ୍ରାର୍ଥୀ ହୋଇଥିବା ଅର୍କେଶ ନାରାୟଣ ସିଂଦେଓ ଯୋଗ ଦେଇ ପାଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁମତି ସେଠାଙ୍କୁ ବିପୁଳ ଭୋଟରେ ବିଜୟୀ କରାଇବାକୁ କର୍ମୀମାନଙ୍କୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେଓଗାଁ ବ୍ଳକର ୪ ପୂର୍ବ ଅଧ୍ୟକ୍ଷ ବିଜୟ ସାହୁ, ଲକ୍ଷଣ ମେହେର, ଦିଲିପ ମହାନ୍ତି, ରୀନା ମେହେର ଯୋଗ ଦେଇ କିଭଳି ନିର୍ବାଚନ ଦଳୀୟ ପ୍ରାର୍ଥୀ ବିଜୟୀ ହେବେ ସେହି ଦିଗରେ କହିଥିବାବେଳେ ବରିଷ୍ଠ ନେତା ଉମାଶଙ୍କର ସିଂ, ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ଗୁରୁଦେବ ରଣା ଯୋଗ ଦେଇଥିଲେ। ବିଜେଡ଼ି ଯୁବ ସଭାପତି ଶୈଳେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଏହି କର୍ମୀ ସମାବେଶରେ ଗୌଡ଼ଗୋଠ, ଅର୍ଜୁନପୁର, ବଡ଼ବାହାଲ, କୁଳୁତା ପଡା, ଘୁଡୁକାପଳା ଓ ମକୁନ୍ଦପୁର ପଞ୍ଚାୟତ ବିଜେଡି କର୍ମୀ ସାମିଲ ହୋଇଥିଲେ।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories