www.samajalive.in
Monday, December 8, 2025
27.1 C
Bhubaneswar

ଜନ୍ମଦିନ ବିଶେଷ: ଜାଣନ୍ତୁ ଶ୍ରୁତିଙ୍କ ଜୀବନ ସହ ଜଡିତ କିଛି ଗୁପ୍ତ କଥା

ଅଭିନେତା କମଲ ହାସନ ଓ ଅଭିନେତ୍ରୀ ସାରିକାଙ୍କ ଝିଅ ଶ୍ରୁତି ହାସନ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରୁ ଆରମ୍ଭ କରି ବଲିଉଡ ସିନେମାରେ ମଧ୍ୟ ନଜର ଆସିଛନ୍ତି। ହେଲେ ପିତାଙ୍କ ଭଳି ସେ ନିଜର ପରିଚୟ ସୃଷ୍ଟି କରିପାରିନଥିଲେ ମଧ୍ୟ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ବହୁତ କମ୍ ଲୋକ ଏହା ଜାଣିଛନ୍ତି ଯେ, ମାତା-ପିତାଙ୍କ ବିହାହର ୨ ବର୍ଷ ପୂର୍ବରୁ ଶ୍ରୁତିଙ୍କ ଜନ୍ମ ହୋଇଥିଲା। ଆଜି ହେଉଛି ତାଙ୍କ ଜନ୍ମ ଦିବସ।

ଶ୍ରୁତି ହାସନ ଚେନ୍ନାଇରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ଉଚ୍ଚ ଶିକ୍ଷା ପାଇଁ ସେ ମୁମ୍ବଇ ଯାଇଥିଲେ। ଏହା ସହ ସଙ୍ଗୀତ ଶିକ୍ଷା ପାଇଁ ସେ କାଲିଫର୍ଣ୍ଣିଆ ମଧ୍ୟ ଯାଇଥିଲେ। ଏହା ପରେ ସେ ନିଜ ପିତାଙ୍କ ଫିଲ୍ମ ଚାଚି ୪୨୦ରେ ଏକ ଗୀତ ଗାଈଥିଲେ। ‘ହେ ରାମ’ ଫିଲ୍ମ ମାଧ୍ୟମରେ ଶିଶୁ କଳାକାର ଭାବେ ଶ୍ରୁତି ନିଜର କ୍ୟାରିୟର ଆରମ୍ଭ କରିଥିଲେ। ‘ଲକ’ ଫିଲ୍ମରୁ ସେ ବଲିଉଡରେ ନିଜର ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ ବଲିଉଡରେ ତାଙ୍କ ଯାତ୍ରା ସେତେଟା ସଫଳ ନଥିଲା। ‘ଦିଲ ତୋ ବଚ୍ଚା ହେ ଜୀ’, ‘ରମେୟା ବସ୍ତାବେୟା’, ‘ୱେଲକମ ବ୍ୟାକ୍’ ଏବଂ ‘ଗବର’ ଆଦି ଫିଲ୍ମରେ ସେ ନଜର ଆସିଥିଲେ। କିନ୍ତୁ ଏଥିରେ ସେ ବିଶେଷ ସଫଳତା ହସଲ କରିପାରିନଥିଲେ।

- Advertisement -

କମଲ ହାସନ ଓ ସାରିକା ଲିଭ ଇନ୍ ରିଲେସନଶିପ୍ ରେ ରହିଥିଲେ। ଏହି ସମୟ ମଧ୍ୟରେ ସାରିକା ଏକ ଶ୍ରୁତିଙ୍କୁ ଜନ୍ମ ଦେଇଥିଲେ। ଶ୍ରୁତି ଜନ୍ମ ହେବାର ଦୁଇ ବର୍ଷ ପରେ ୧୯୮୮ରେ କମଲ ହାସନ ଓ ସାରିକା ବିବାହ ବନ୍ଧନ​‌ରେ ବାନ୍ଧି ହୋଇଥିଲେ। ବିବାହ ପରେ ସାରିକା ଫିଲ୍ମ ଜଗତରୁ ଦୂରେଇ ଯାଇଥିଲେ। ୧୯୯୧ରେ ସେ ଦ୍ବିତୀୟ ଝିଅ ଅକ୍ଷରା (ଅକ୍‌ଶରା)ଙ୍କୁ ଜନ୍ମ ଦେଇଥିଲେ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories