www.samajalive.in
Wednesday, December 10, 2025
18.1 C
Bhubaneswar

କ୍ରିକେଟ ଅଭ୍ୟାସ ପାଇଁ ୨ ଘଣ୍ଟା ବସ୍‌ରେ ଯାତ୍ରା କରୁଥିଲି: ସେହ୍ବାଗ

ଜଟଣୀ : ଭୁବନେଶ୍ବର ଆଇଆଇଟି ନିକଟ ତରାବୋଇ ହରିଡ଼ାମଡ଼ା ମୌଜାରେ ମଙ୍ଗଳବାର କୋହେନ ଇଣ୍ଟରନ୍ୟାସନାଲ ସ୍କୁଲ ଉଦ୍‍ଘାଟିତ ହୋଇଯାଇଛି। ପୂର୍ବତନ କ୍ରିକେଟର ପଦ୍ମଶ୍ରୀ ବୀରେନ୍ଦ୍ର ସେହ୍ୱାଗ ସ୍କୁଲ ଉଦ୍‍ଘାଟନ କରି ଓଡ଼ିଆ ବଡ଼ ବଢ଼ିଆ ବୋଲି କହିଥିଲେ। କ୍ରିକେଟ ଅଭ୍ୟାସ ସମୟରେ ପାଠପଢ଼ାରେ ସେ ଏବଂ ତାଙ୍କ ପାଇଁ ପିତା କିଭଳି ଅସୁବିଧାର ସାମ୍ନା କରିଥିଲେ ତାହା ଦର୍ଶାଇବା ସହ ବିଗତ ଦିନର ସ୍ମୃତିଚାରଣ କରିଥିଲେ। କ୍ରିକେଟ ଅଭ୍ୟାସ ପାଇଁ ଫିରୋଜ ଶାହ କୋଟଲା ପଡ଼ିଆକୁ ବସ୍‌ ଯୋଗେ ଯାତ୍ରା କରୁଥିଲେ ବୋଲି ସେହ୍ବାଗ କହିଥିଲେ। ତେବେ ପିତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଗୋଟିଏ ପରିବେଶରେ ପିଲାଙ୍କ ରହିବା, ଖେଳିବା ଓ ପାଠ ପଢ଼ିବା ପାଇଁ ୨୦୦୮ରେ ହରିୟାଣା ସରକାରଙ୍କ ସହାୟତାରେ ଏକ ଇଣ୍ଟରନ୍ୟାସନାଲ ସ୍କୁଲ ଆରମ୍ଭ କରିଥିଲେ। ଉକ୍ତ ବିଦ୍ୟାଳୟରୁ ୫୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରି ଦେଶ ପାଇଁ ସଫଳତା ପାଇଛନ୍ତି ବୋଲି ସେ କହିଥିଲେ।

ବିଶେଷକରି କଠିନ ପରିଶ୍ରମ ଓ ବୋର୍ଡ଼ିଂ ସ୍କୁଲ ପ୍ରତିଷ୍ଠା ଉପରେ ସେ ଗୁରୁତ୍ୱ ଦେଇଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ପୂର୍ବ ଭାରତରେ ଓଡ଼ିଶା ଶିକ୍ଷାକ୍ଷେତ୍ରରେ ହବ୍‍ ବୋଲି କହିଥିଲେ। ରାଜ୍ୟ ଉନ୍ନୟନ କମିସନର ସୁରେଶ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କୋହେନ ଇଣ୍ଟରନ୍ୟାସନାଲ ସ୍କୁଲକୁ ରାଜ୍ୟ ସରକାର ୧୦ ଏକର ସରକାରୀ ଜମି ଯୋଗାଇ ଦେଇଛନ୍ତି। ରାଜ୍ୟରେ ଅନ୍ୟମାନେ ବଡ଼ ହସ୍ପିଟାଲ ପ୍ରତିଷ୍ଠା କରି ବ୍ୟବସାୟ କରୁଥିବାବେଳେ କୋହେନ ସ୍କୁଲର ପ୍ରତିଷ୍ଠାତା ଆଇଆଇଟିଆନ୍‍ ଜ୍ୟୋତିରଞ୍ଜନ ତ୍ରିପାଠୀ ମଣିଷ ଗଢ଼ିବା ପାଇଁ ବୋର୍ଡ଼ିଂ ସ୍କୁଲ ପ୍ରତିଷ୍ଠା କରିଥିବାରୁ ସେ ଏହାର ଉଚ୍ଚ ପ୍ରଶଂସା କରିଥିଲେ। ଇନଷ୍ଟିଚ୍ୟୁଟ ଅଫ୍‍ ଫିଜିକ୍ସର ପ୍ରଫେସର ଅଜିତ ମୋହନ ଶ୍ରୀବାସ୍ତବ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସ୍କୁଲ ପରିସରରେ ସ୍ପୋର୍ଟସ୍‍ ଏରିନାକୁ ସେହ୍ୱାଗ ଉଦ୍‍ଘାଟନ କରିଥିଲେ। ସ୍କୁଲର ପରାମର୍ଶଦାତା କମଳେଶ ମିଶ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଉପାଧ୍ୟକ୍ଷ ବିକାଶ ବାହିନୀପତି ଧନ୍ୟବାଦ ଦେଇଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories