www.samajalive.in
Friday, December 5, 2025
27.1 C
Bhubaneswar

ବାୟୋଡିଜେଲ୍‍ ଉର୍ଜା କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିପାରିବ : ଧର୍ମେନ୍ଦ୍ର ପ୍ରଧାନ

 ନୂତନ ଜ୍ଞାନକୌଶଳ ମାଧ୍ୟମରେ ଏହି ପ୍ଲାଣ୍ଟର ବ୍ୟବହୃତ ରନ୍ଧନ ତୈଳକୁ ବାୟୋଡିଜେଲରେ ପରିବର୍ତିତ କରିବ

ନୂଆଦିଲ୍ଲୀ/ଭୁବନେଶ୍ୱର : ବାୟୋଡିଜେଲ୍‍ ଉର୍ଜା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ ବୋଲି ନୂଆଦିଲ୍ଲୀ ଠାରେ ଭିଡିଓ କନଫରେନ୍ସି ଯୋଗେ ବାୟୋ ଡିଜେଲ୍‍ ପ୍ଲାଣ୍ଟର ଉଦଘାଟନ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ବ୍ୟବହୃତ ରନ୍ଧନ ତୈଳରୁ ୟୁରୋପରେ ବାୟୋଡିଜେଲ୍‍ ପ୍ରସ୍ତୁତ କରୁଥିବା ମୁଏନଜର କମ୍ପାନୀ ଏହି ପ୍ରକଳ୍ପ ସ୍ଥାପନା କରିଛି। ନୂତନ ଜ୍ଞାନକୌଶଳ ମାଧ୍ୟମରେ ଏହି ପ୍ଲାଣ୍ଟ ବ୍ୟବହୃତ ରନ୍ଧନ ତୈଳକୁ ବାୟୋଡିଜେଲରେ ପରିବର୍ତ୍ତିତ କରିବ। ଏହା ଭାରତର ଉର୍ଜା ସୁରକ୍ଷାକୁ ଆହୁରି ସୁରକ୍ଷିତ କରିବା ସହ ଉର୍ଜାର ବୈକଳ୍ପିକ ସ୍ରୋତକୁ ବୃଦ୍ଧି କରିବାରେ ସହାୟକ ହେବ। ଭାରତର ଜୈବ ଇନ୍ଧନ କାର୍ଯ୍ୟକ୍ରମରେ ନିବେଶ କରିବା ପାଇଁ ଆମ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ସେମାନେ ସ୍ୱୀକାର କରିଥିବାରୁ ଶ୍ରୀ ପ୍ରଧାନ ଖୁସି ବ୍ୟକ୍ତ କରିଛନ୍ତି। ଉଦ୍‍ଘାଟିତ ହୋଇଥିବା ବାୟୋ-ଡିଜେଲ୍‍ ପ୍ଲାଣ୍ଟ ଫଳରେ ଭାରତରେ ମୁଏନଜର ବାୟୋଇଣ୍ଡଷ୍ଟ୍ରୀ ଔପଚାରିକ ଭାବରେ ପ୍ରବେଶ କରିବାର ପ୍ରତୀକ ବୋଲି ସେ କହିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଏନଜର୍‍ ପ୍ଲାଣ୍ଟ ବାୟୋ-ଡିଜେଲର ଆବଶ୍ୟକତାକୁ ପୂରଣ କରିବ। ସଚେତନତା ସୃଷ୍ଟି କରିବା ସହ ଚେନ୍‍ ଇନଫ୍ରାଷ୍ଟକଚର୍‍ ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ଉଦ୍ୟମୀଙ୍କୁ ତିଆରି କରି ଏକ ଉଦାହରଣ ସୃଷ୍ଟି କରିବାରେ ବଡ ପଦକ୍ଷେପ ହେବ ବୋଲି ସେ କହିଛନ୍ତି। ଏହା ମୁମ୍ବାଇର ପ୍ରଥମ ଶତ ପ୍ରତିଶତ ୟୁକୋ (ବ୍ୟବହୃତ ରନ୍ଧନ ତୈଳ) ଆଧାରିତ ବାୟୋ ଡିଜେଲ୍‍ ପ୍ଲାଣ୍ଟ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

- Advertisement -

ଭାରତ ସରକାର ଦେଶରେ ଏହିପରି ଅନେକ ପଦକ୍ଷେପ ଆରମ୍ଭ କରିବା ସହ ବାୟୋ ଡିଜେଲ୍‍ ପାଇଁ ଏକ ଉତମ ବାତାବରଣ ତିଆରି କରିବା ପାଇଁ କାମ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଦେଶର ଅନେକ ବଡ ବଡ ସହରରେ ମଧ୍ୟ ମୁଏନଜୁରର ଏହିଭଳି ଅନେକ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ଆମେ ଉଦ୍ୟମ କରୁଛୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories