ଯାଞ୍ଚବେଳେ କାରରୁ ମିଳିଲା ୫୫ଲକ୍ଷ ଟଙ୍କା

ବିନିକା: ସାଧାରଣ ନିର୍ବାଚନ ପାଇଁ କଲେଜ ଛକରେ ବିନିକା ପୁଲିସ ନାକାବନ୍ଦି କରି ବିଭିନ୍ନ ଗାଡ଼ି ଯାଞ୍ଚ ପ୍ରକ୍ରିୟା ଜାରି ରଖିଥିଲା। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା କାରକୁ ପୁଲିସ ଅଟକାଇ ଯାଞ୍ଚ କରିଥିଲା। ଗାଡି ଯାଞ୍ଚବେଳେ କାରରୁ ପୁଲିସକୁ ମିଳିଥିଲା ୫୫ଲକ୍ଷ ଟଙ୍କା। କଲେଜ ଛକରେ ଗାଡ଼ି ଯାଞ୍ଚବେଳେ ମିଳିଥିବା ୫୫ଲକ୍ଷ ଟଙ୍କାକୁ ପୁଲିସ ଜବତ କରିଥିଲା।

କାରରେ ଡ୍ରାଇଭର ସହ ୬ଜଣ ଥିଲେ ଏବଂ ସେମାନେ ଆନ୍ଧ୍ର ପ୍ରଦେଶର କାକିନାଡ଼ା ଯାଉଥିଲେ। କାରରେ ଯାଉଥିବା ସମସ୍ତ ବ୍ୟକ୍ତିଙ୍କ ଘର ଆନ୍ଧ୍ର ପ୍ରଦେଶର କାକାନାଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି। କ’ଣ ପାଇଁ ଏକ କାରରେ ନଗଦ ୫୫ଲକ୍ଷ ଟଙ୍କା ସେମାନେ ନେଉଥିଲେ ତାହା ତଦନ୍ତ ଚାଲିଛି ବୋଲି ପୁଲିସ ସୂଚନା ଦେଇଛି।

Comments are closed.