www.samajalive.in
Thursday, December 11, 2025
27.1 C
Bhubaneswar

କାଠମାଣ୍ଡୁ ଘୋଷଣାନାମା ସହିତ ବିମ୍‍ଷ୍ଟେକ ଶିଖର ବୈଠକ ଉଦଯାପିତ

କାଠମାଣ୍ଡୁ : କାଠମାଣ୍ଡୁ ଘୋଷଣାନାମା ସହିତ ଚତୁର୍ଥ ବିମ୍‍ଷ୍ଟେକ ଶିଖର ବୈଠକ ଉଦଯାପିତ ହୋଇଛି। ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା-ଓଲି ଶୁକ୍ରବାର କାଠମାଣ୍ଡୁ ଘୋଷଣାନାମା ଉପସ୍ଥାପନ କରିଥିଲେ ଏବଂ ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ଦ୍ୱାରା ଏହା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା।

ବଙ୍ଗୋପସାଗର ଅଞ୍ଚଳରେ ନିରନ୍ତର ଶାନ୍ତି ଓ ସମୃଦ୍ଧିର ଲକ୍ଷ୍ୟ ହାସଲ ପାଇଁ ସାମୂହିକ ବୁଦ୍ଧିମତା, ଚିନ୍ତାଧାରା ଓ ଦୂରଦୃଷ୍ଟି ଏହି ଶିଖର ବୈଠକରେ ପ୍ରତିଫଳିତ ହୋଇଛି ବୋଲି ଶ୍ରୀ ଓଲି କହିଛନ୍ତି । ଏହି ଅବସରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଶକ୍ତି ସହଯୋଗ ବୃଦ୍ଧି ପାଇଁ ବିମ୍‍ଷ୍ଟେକ୍‍ ଗ୍ରୀଡ୍‍ ଅନ୍ତଃସଂଯୋଗୀକରଣ ପ୍ରତିଷ୍ଠା ସକାଶେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନେପାଳ ପ୍ରଧାନମନ୍ତ୍ରୀ, ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲ ଶିରିସେଣାଙ୍କୁ ବିମ୍‍ଷ୍ଟେକ୍‍ ଅଧ୍ୟକ୍ଷ ପଦ ହସ୍ତାନ୍ତର କରିଥିଲେ। ଏହି ଦୁଇଦିନିଆ ଶିଖର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୭ଟିଯାକ ସଦସ୍ୟ ରାଷ୍ଟ୍ର ନେତାମାନେ ଯୋଗ ଦେଇଥିଲେ।

- Advertisement -

ଶୁକ୍ରବାର ସକାଳେ ଶ୍ରୀ ମୋଦି ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁତ୍‍ ଚାନ୍‍-ଓ-ଚାଙ୍କୁ ସାକ୍ଷାତ୍‍ କରି ଦୁଇଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ଘନିଷ୍ଠ କରିବା ପାଇଁ ଭାବବିନିମୟ କରିଥିଲେ। ମିଆଁମାର ରାଷ୍ଟ୍ରପତି ୱିନ୍‍ ମିଣ୍ଟଙ୍କ ସହିତ  ସାକ୍ଷାତ କରି ଉନ୍ନୟନମୂଳକ ସହଯୋଗ, ଶକ୍ତି ଓ ଅନ୍ୟ କ୍ଷେତ୍ରଗୁଡ଼ିକରେ ଦ୍ୱିପକ୍ଷୟ ସମ୍ପର୍କ ବୃଦ୍ଧି ବିଷୟରେ ଆଲୋଚନା କରିଛନ୍ତି। ଭୁଟାନ ଓ ନେପାଳର ନେତାମାନଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦ୍ୱିପାକ୍ଷିୟ ବୈଠକରେ ଯୋଗଦେଇଥିଲେ। ଉଭୟ ନେତା ପ୍ରସିଦ୍ଧ ପଶୁପତିନାଥ ମନ୍ଦିର ପରିସରରେ ନେପାଳ-ଭାରତ ମୈତ୍ରୀ ପଶୁପତି ଧର୍ମଶାଳାକୁ ମିଳିତଭାବେ ଉଦ୍‍ଘାଟନ କରିଛନ୍ତି।

Hot this week

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

Related Articles

Popular Categories