www.samajalive.in
Thursday, December 11, 2025
27.1 C
Bhubaneswar

ବିମାନ ବାହରକୁ ଯାଇ ମହିଳା ପାଇଲଟଙ୍କ ‘କି କି ଚ୍ୟାଲେଞ୍ଜ’

ନ୍ୟୁୟର୍କ : ଅଦ୍ଭୁତ, ଆଶ୍ଚର୍ଯ୍ୟ, ଚମତ୍କାରିତା ପଦର୍ଶନ କରି ଲୋକପ୍ରିୟତା ହାସଲ କରିବାକୁ ଆଜିର ଦୁନିଆରେ ସମସ୍ତେ ପ୍ରୟାସ କରୁଛନ୍ତି। ଏହି ପ୍ରୟାସ ମଧ୍ୟରୁ ‘କି କି ଚ୍ୟାଲେଞ୍ଚ’ର କିମିଆ ବର୍ତ୍ତମାନ ସମସ୍ତ ବର୍ଗର ଲୋକମାନଙ୍କୁ ଆକୃଷ୍ଟ କରିଛି। ବିପଦପୁର୍ଣ୍ଣ ଭାବେ ଚଳନ୍ତା ଗାଡିରୁ ବାହାରି ସଡକରେ ନୃତ୍ୟ କରାଯାଉଥିବା ଏହି ‘କି କି ଚ୍ୟାଲେଞ୍ଚ’କୁ ଜଣେ ପାଇଲଟ୍‍ ବିମାନ ବନ୍ଦରରେ ପରିବେଷଣ କରିଥିବା ଦେଖିବାକୁ ମିଳିଛି। ନ୍ୟୁୟର୍କର ଏକ ବିମାନ ବନ୍ଦରରେ ମେକ୍ସିକୋର ମହିଳା ପାଇଲଟ ଆଲେଜଣ୍ଡ୍ରା ଓ ଜଣେ ଏୟାର ହଷ୍ଟେସ୍‍ ରନୱେରେ ବିମାନରୁ ବାହାରି ନୃତ୍ୟ କରିଥିଲେ। ଏହି ଭିଡିଓଟି ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାର ଲାଗିଛି। ପାଇଲଟ୍‍ଙ୍କ ଏଭଳି ପଦର୍ଶନକୁ ବିଭିନ୍ନ ମହଲରୁ କଡା ସମାଲୋଚନା କରାଯାଇଛି। ବିମାନର ସମସ୍ତ ଯାତ୍ରୀଙ୍କୁ ବିପଦରେ ଠେଲିଦେଇ କିପରି ଜଣେ ପାଇଲଟ ବିମାନ ବାହାରକୁ ଯାଇ ନୃତ୍ୟ କରୁଛନ୍ତି ବୋଲି ପ୍ରଶ୍ନ ଉଠିଛି। କାରଣ, କି କି ଚ୍ୟାଲେଞ୍ଜ ଆପଣେଇବା ଦ୍ୱାରା ଦୁର୍ଘଟଣା ବଢି ବଢି ଚାଲିଛି ଏବଂ ଅନେକ ଜୀବନ ହାନି ଘଟୁଛି।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories