ନୂଆଦିଲ୍ଲୀ: କରୋନାଜନିତ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ବର୍ଷକ ପର୍ଯ୍ୟନ୍ତ ୩୦% କମ୍ ବେତନ ନେବାକୁ ଘୋଷଣା କରିଛନ୍ତି ମୁଖ୍ୟ ସୂଚନା କମିଶନର ବିମଲ ଜୁଲକା । କମିଶନର ଅନ୍ୟ ସଦସ୍ୟମାନେ ମଧ୍ୟ ସେମାନଙ୍କର ମୂଳ ବେତନର ୩୦% କମ୍ ବେତନ ନେବାକୁ ଘୋଷଣା କରିଛନ୍ତି । ଦେଶର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ସ୍ବେଚ୍ଛାରେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ଜୁଲକା ଘୋଷଣା କରିଛନ୍ତି । ସେ କହିଛନ୍ତି ସାରା ଦେଶ ସମ୍ମୁଖରେ ଏକ ଅର୍ଥନୈତିକ ଆହ୍ବାନ ସୃଷ୍ଟି ହୋଇଛି । ଏହି ସ୍ଥିତିରେ ଏପରି ନିଷ୍ପତ୍ତି ନେଉଛୁ ବୋଲି ସେ କହିଛନ୍ତି । ଚଳିତ ବର୍ଷ ଏପ୍ରିଲ ୧ ତାରିଖରୁ ୨୦୨୧ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ବେତନ ହ୍ରାସ ନିମନ୍ତେ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।
Popular Categories



