www.samajalive.in
Friday, December 5, 2025
27.1 C
Bhubaneswar

ବାଇକ ଚୋର ଗିରଫ

ବାଙ୍ଗିରିପୋଷି : ବାଇକ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୁଲିସ । ଅଭିଯୁକ୍ତ ଜଣକ କୁଳିଅଣା ଥାନା ଅନ୍ତର୍ଗତ ଆମ୍ବଡାଳି ଗ୍ରାମର ପୁର୍ଣ୍ଣଚନ୍ଦ୍ର ମହାନ୍ତ(ଲିଟୁ) ବୋଲି ଜଣାପଡିଛି । ବାଙ୍ଗିରିପୋଷି ପୁଲିସ ତାକୁ ଗିରଫ ପରେ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ବାଇକ ସଂକ୍ରାନ୍ତରେ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଜଣକ ବାଇକ ଚୋରି ପରେ ବାଙ୍ଗିରିପୋଷି ତଥା ଆଖପାଖ ଅଞ୍ଚଳରେ କାମ କରୁଥିବା ମୁର୍ସିଦାବାଦ ଅଂଚଳର ବଙ୍ଗାଳି ମିସ୍ତ୍ରୀମାନଙ୍କୁ ଅଳ୍ପ ମୁଲ୍ୟରେ ବିକ୍ରି କରଥିବା ଜଣାପଡିଛି । ଏଥିନେଇ ନିକଟସ୍ଥ କୁଳିଅଣା ଏବଂ ଝାରପୋଖରିଆ ପୁଲିସ ମଧ୍ୟ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ, ବାଙ୍ଗିରିପୋଷି ଅଞ୍ଚଳରେ ଦିନକୁ ଦିନ ଚୋରି ବଢି ଚାଲିଛି । ଖାସ କରି ନିଛାଟିଆ ସ୍ଥାନ ସହିତ ବିଭିନ୍ନ ସାପ୍ତାହିକ ହାଟ ନିକଟରେ ଛିଡା ହୋଇଥିବା ସାଇକେଲ ଓ ବାଇକକୁ ଟାର୍ଗେଟ କରୁଛନ୍ତି ଚୋର । ପର୍ସ ଓ ମୋବାଇଲ ଚୋରି ନିତିଦିନିଆ ଘଟଣା ହୋଇଥିବାବେଳେ ବର୍ତ୍ତମାନ ସାଇକେଲ ଓ ବାଇକ ଚୋରି ମଧ୍ୟ ନିତିଦିନିଆ ଘଟଣା ପରି ଲାଗୁଛି । ଗତ ୧୪ ତାରିଖ ସାପ୍ତାହିକ ହାଟକୁ ପରିବା କିଣିବାକୁ ଆସି ନିଜ ବାଇକ ଜଣେ ହରାଇଥିବାବେଳେ ଜନଗହଳିପୂର୍ଣ୍ଣ ବାଙ୍ଗିରିପୋଷି ମେଡିକାଲ ପରିସରରୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଜଗନ୍ନାଥ ସିଂ ଙ୍କର ଏକ ହିରୋହୋଣ୍ଡା ବାଇକ (ଓଡି୧୧ବି୧୧୮୧) ଗତ ୧୬ ତାରିଖ ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଥିଲେ । ତେବେ କିଛିଦିନ ପୁର୍ବରୁ ଭୁଆଷୁଣି ନିକଟରୁ ଏକ ମୋବାଇଲ ଚୋରି ହୋଇଥିବା ନେଇ ସୋସିଆଲ ମିଡିଆରେ କିଛି ଲୋକ ଛାଡିଥିଲାବେଳେ ଅଭିଯୁକ୍ତ ପୁର୍ଣ୍ଣଚନ୍ଦ୍ର ଜଣକ ସ୍ଥାନୀୟ ଲୋକଙ୍କ ପାଖରେ ନିଶାଶକ୍ତ ଅବସ୍ଥାରେ ମୋବାଇଲ ଚୋରି କରିଥିବା ଏବଂ ବାଇକ ମଧ୍ୟ ଚୋରି କରିଥିବା ନେଇ କହିଦେଇଥିଲେ । ଫଳରେ ଉତ୍ୟକ୍ତ ଲୋକେ ତାକୁ ଭଲ ଭାବେ ଉତମ ମଧ୍ୟମ ଦେଲାପରେ  ପୁଲିସ ଜିମା ଦେଇଥିଲେ ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories