ଟାମାଣା ଘାଟିରୁ ମଟର ସାଇକେଲ ଲୁଟ, ଥାନାରେ ଅଭିଯୋଗ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା ଘାଟି ରାସ୍ତାରେ ଜଣେ ମଟରସାଇକେଲ ଆରୋହୀ ଠାରୁ ମଟରସାଇକେଲ ଲୁଟ କରି ନେଇଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୁରୀ ଜିଲ୍ଲା କଣ୍ଟିଲୋ ଥାନା ଅନ୍ତର୍ଗତ ପଣସାହୁ ପାଟଣାର ସୂର୍ଯ୍ୟକାନ୍ତ ସାମଲ ଗତ ଶନିବାର ନିଜ ମଟରସାଇକେଲ  ଯୋଗେ ଧାନଘରରୁ ବ୍ରହ୍ମପୁର ଫେରୁଥିଲେ। ଟାମାଣା ଘାଟି ରାସ୍ତାରେ ଅଚାନକ ଦୁଇଜଣ ଯୁବକ ଏକ ମଟରସାଇକେଲରେ ସୂର୍ଯ୍ୟକାନ୍ତଙ୍କ ସମ୍ମୁଖରେ ପହଞ୍ଚି ତାଙ୍କୁ ଅଟକାଇବା ସହ ଧମକଚମକ ଦେଇ ମଟରସାଇକେଲକୁ ଧରି ଚିକିଟି ରାସ୍ତାରେ ଫେରାର ହୋଇ ଯାଇଥିଲେ । ଏନେଇ ସୂର୍ଯ୍ୟକାନ୍ତଙ୍କ ପକ୍ଷରୁ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯିବା ପରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରହିଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।

Comments are closed.